କରୋନା କବଳରେ ସମଗ୍ର ଓଡିଶା : ଗଞ୍ଜାମରେ ସର୍ବାଧିକ ୪୯୯

23

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଏବେ କରୋନା କାୟାରେ କବଳିତ ହୋଇଛି। ବୁଧବାର ରାୟଗଡ଼ା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟର ସମସ୍ତ ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି।​​‌ ଗଞ୍ଜାମରେ ସର୍ବାଧିକ ୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ୧୪୩ କରୋନା ପଜିଟିଭ ଚିହ୍ନଟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୮କୁ ବୃଦ୍ଧି ପାଇଛି। ସେହିପରି ୯୧ ଜଣ ସୁସ୍ଥ ହେବାପରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୪୧୬କୁ ବୃଦ୍ଧି ପାଇଛି। ୯୬୩ଟି ସକ୍ରିୟ ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା ୭ରେ ସିମୀତ ରହିଛି। ତେବେ ଖୁସିର ବିଷୟ ଏହା ଯେ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା, ଆରୋଗ୍ୟଙ୍କ ସଂଖ୍ୟାଠାରୁ କମ୍ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More