କରୋନା କଟକଣା ମାନି ବଖରୀଦ ପାଳିଲେ କେନ୍ଦ୍ରାପଡ଼ାର ସଂଖ୍ୟାଲଘୁ ସମ୍ପ୍ରଦାୟର ଜନସାଧାରଣ

32

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : – ଆଜି ପବିତ୍ର ବଖରୀଦ ପର୍ବ କେନ୍ଦ୍ରାପଡ଼ା ସହରରେ ଥିବା ମୁସଲମାନ ଲୋକମାନେ କୋରନା କଟକଣା କୁ ମାନି ନିଜ ନିଜ ବାସ ସ୍ଥାନରେ ରହି ନେମାଜ ପାଠକରି ହିନ୍ଦୁ ଭାଇ ମାନଙ୍କ ସହ ହାତ ମିଳାଇ ପର୍ବ ପାଳନ କରିଥିବାର ଦେଖିବାକୁ ମିଳିଥିଲା । ବହୁ ପୁରାତନ ସମୟରୁ କେନ୍ଦ୍ରାପଡ଼ା ସାରା ରାଜ୍ୟରେ ଭାଇ ଚାରା ଜିଲ୍ଲା ଭାବରେ ସ୍ୱତନ୍ତ୍ର ପରିଚୟ ପାଇଥିବା ବେଳେ ତାହାକୁ ଖୁବ ଭଲ ଭାବରେ ପ୍ରମାଣିତ କରିଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକମାନେ. ଏହି ବଖରୀଦ ପର୍ବର ମୁଖ୍ୟ ଉଦେଶ୍ୟ ହେଉଛି ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିବା ସହ ପଶୁ ମାନଙ୍କୁ ବଳିଦେବା ଯାହା ଉକ୍ତ ପର୍ବର ଗାରିମା ରହିଛି. ଏହିପରିପେକ୍ଷୀରେ ଆଜି କେନ୍ଦ୍ରାପଡ଼ା ସହର ଫକୀରାବାଦ, ଦିଲାରପୁର, ଜୟପୁରା, ଆମବାଡ଼ି, ଗରାପୁର ଆଦି ଅଞ୍ଚଳ ମାନଙ୍କରେ ମୁସଲମାନ ଲୋକମାନେ ବଖରୀଦ ପର୍ବ ପାଳନ କରୁଥିବାର ଦେଖିବାକୁ ମିଳିଥିଲା । ବଖରୀଦ ପର୍ବଟି ତିନିଦିନ ପାଳନ କରାଯାଇଥାଏ ଏବଂ ଭଗବାନଙ୍କୁ ପ୍ରାଥନା କରିବା ସହ ନୂଆ ବସ୍ତ୍ର ପରିଧ୍ୟାନ କରି ହିନ୍ଦୁ ଭାଇମାନଙ୍କ ସହ ଖୁସି ବାଣ୍ଟିଥାନ୍ତି. ଆସନ୍ତୁ ଦେଖିବା କଣ କହୁଛନ୍ତି ମୁସଲମାନ ସମ୍ପ୍ରଦାୟର ବରିଷ୍ଠ ବ୍ୟକ୍ତିମାନେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More