କରୋନା କଟକଣା ପାଇଁ ଦୁର୍ଗା ପୂଜା ଫିକା

19

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ସମଗ୍ର ଓଡ଼ିଶାରେ ୨୦୨୦ର ଶାରଦୀୟ ଦୁର୍ଗାପୂଜା ସରକାରଙ୍କ COVID କଟକଣା ଭିତରେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ, ରାଜନଗର,ଆଳି ଅଞ୍ଚଳର ୨୦୨୦ର ଦୁର୍ଗା ପୂଜା ସରକାରଙ୍କ କରୋନା କଟକଣା ନିୟମକୁ ପ୍ରାଧାନ୍ୟ ଦେଇ ସମସ୍ତ ପୂଜା କମିଟିର କର୍ମକର୍ତ୍ତା ମାନେ । ନିଷ୍ପତ୍ତି ନେଇଛନ୍ତି ଏବର୍ଷର ପୂଜାରେ ନା ବାଣ ନା ମାଇକି ନା ଯାନି ଯାତରା ସାଜ ସଜା କିଛି ନ କରାଯିବ । ଭକ୍ତମାନଙ୍କୁ ସମଦୂରତା ଓ ମାକ୍ସ ଲଗାଇ COVID କଟକଣା କୁ ମାନିବାକୁ ଅନୁରୋଧ କରିଛନ୍ତି ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ମାନେ। ଅନ୍ୟପଟେ ମଦଦୋକାନ,ବିଅର ବାର, ପର୍ଯ୍ୟଟନ ସ୍ଥଳୀ,ଯାତ୍ରିବାହି ବସ ଚଳାଚଳ ଓ ଦୋକାନ ବଜାର ଗୁଡ଼ିକୁ ଖୋଲିବା ପାଇଁ ଅନୁମତି ମିଳିଥିଲେ ମଧ୍ୟ ମନ୍ଦିର ଦେବାଦେବୀ ସ୍ଥାନ ମାନଙ୍କୁ ଅନୁମତି ମିଳିନାହିଁ। ଏଠି ପ୍ରଶ୍ନ ଉଠୁଛି ଯେ ବିଅର ବାର ରେ ନା ସାନିଟାଇଜର ଅଛି ନା ଲୋକମାନେ ବାରରେ ବସି ମଦପାନ କଲାବେଳେ ସମଦୂରତା ରକ୍ଷା କରୁଛନ୍ତି ନା ମୁହଁରେ ମାକ୍ସ ଲଗାଉଛନ୍ତି।ବିଅର ବାର ଓ ମଦଦୋକାନ ମାନଙ୍କ ଠାରୁ ସରକାର କେତେ ଫାଇନ୍ ଆଦାୟ କରିଛନ୍ତି। କିନ୍ତୁ ଆମ ନଜିର୍ ଅଛି ଗରିବ ଛୋଟ ମୋଟ ଦୋକାନୀ ମାନଙ୍କ ଠାରୁ ଫାଇନ୍ ଆଦାୟ କରାଯାଇ ରାଯକୋଷ ବଢାଯାଉଛି। ପଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More