କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଖଣତା ପଞ୍ଚାୟତର ସିଂଘାରପୁର ଗ୍ରାମର ବିପ୍ରବର ନାୟକ (୩୬) ଦିଲ୍ଲୀ ଗୁରୁଗାଁର ଏକ ଘରୋଇ କମ୍ପାନୀରେ କାର୍ଯ୍ୟକାରି ନୀଜ ପରିବାର ଚଳାଇ ଆସୁଥିଲେ। କିନ୍ତୁ କରୋନା ଭୟରେ ଗତ ୬.୭.୨୦୨୦ ରିଖ ଦିନ ଦିଲ୍ଲୀରୁ ଉଡା ଜାହାଜ ଯୋଗେ ଭୁବନେଶ୍ୱରରେ ପହଞ୍ଚି ଥିଲେ ପରେ ବିପ୍ରବରଙ୍କୁ କରୋନା ଟେଷ୍ଟ ପାଇଁ ନିଆଯାଇଥିଲା। ବିପ୍ରବର ନାୟକଙ୍କ କରୋନା ରିପୋର୍ଟ ପଜେଟିଭି ଆସିବାରୁ ତାଙ୍କୁ କିମସି କୋଭିଡ ହସପିଟାଲକୁ ନିଆଯାଇଥିଲା। ଡାକ୍ତରଖାନାରେ ୧୮ ଦିନ ରଖିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ବିପ୍ରବରଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ତାଙ୍କ ସ୍ତ୍ରୀ ବିଜୟା ଲକ୍ଷ୍ମୀ ନାୟକ (୩୩) ସେହି ଦିନ ତିନି ଥର ଅଚେତ ହୋଇଯାଇଥିଲେ। ଏବଂ ଝିଅ ରାଜଲକ୍ଷ୍ମୀ ନାୟକ (୯)କାନ୍ଦି କାନ୍ଦି କହୁଥିଲେ ମୋ ବାପା ଚାଲିଗଲେ ମୁଁ କେମିତି ପାଠ ପଢିବି ଆମକୁ ଖାଇବାକୁ କିଏ ଦେବ ଆମେ ମା ଝିଅ କଣ ଖାଇବୁ। ଏସବୁ ଦୃଶ୍ୟ ଦେଖି ସେଠାକାର ପରିସ୍ଥିତି ଏତେ ଦୁଃଖଦାୟକ ଥିଲା ବର୍ଣ୍ଣନା କରିବା ବହୁତ କଷ୍ଟକର, ନିରିହ ବିଜୟଲକ୍ଷ୍ମୀ ଏତେ କମ୍ ବୟସରୁ ସ୍ଵାମୀକୁ ହରାଇ ଭାଙ୍ଗି ପଡିଥିବା ବେଳେ ୯ ବର୍ଷର ଝିଅ ରାଜଶ୍ରୀ ବାପ ଛେଉଣ୍ଡ ହୋଇଯାଇଛନ୍ତି ଯଦି ଏଭଳି ପରିସ୍ଥିତି ରେ ସେହି ମାଆ ଝିଅଙ୍କୁ ସାହାଯ୍ୟ ନମିଳେ ଆଗାମୀ ଦିନରେ ସେମାନଙ୍କର ଭବିଷ୍ୟତ କ’ଣ ହେବ। ଏଥିପ୍ରତି ସରକାର ସଂପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି କରୋନା ପାଇଁ ସରକାର ସଂଘରୋଧ କେନ୍ଦ୍ର ଠାରୁ ଆରମ୍ଭ କରି ସଚେତନତା କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କରୋନା ଆକ୍ରାନ୍ତ ରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ସରକାର ନିଶ୍ଚୟ ସାହାଯ୍ୟ ଯୋଗାଇ ଦେବା ଆବଶ୍ୟକ ବୋଲି ଏଠାରେ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ମାନେ। ମୋର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ଏହି ନ୍ୟୁଜ୍ କୁ ବହୁ ପରିମାଣରେ ସେୟାର କରନ୍ତୁ ଯାହାକି ସରକାର ଙ୍କ ନିକଟରେ ପହଁଚିବ ଓ ନିରିହ ମାଆ ଝିଅଙ୍କୁ ସାହାଯ୍ୟ ମିଳିପାରିବ। ଯଦି କେଉଁ ସହଦୟ ବ୍ୟକ୍ତି ସେହି ୯ ବର୍ଷ ର କୁନି ଝିଅର ପାଠପଢା ପାଇଁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଏହି ନଂମ୍ବରରେ ଯୋଗାଯୋଗ କରନ୍ତୁ 6372778532.