କରୋନା ଆତଙ୍କ : ରାଜ୍ୟରେ ୨୬୪ ପଜିଟିଭ୍ ସହ ଗଞ୍ଜାମ ଶୀର୍ଷରେ, ୯ ଜିଲ୍ଲା କରୋନା ମୁକ୍ତ

13

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଶୁକ୍ରବାର ଆଉ ୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୬୭୨କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୬୦ ଜଣ କ୍ବାରେଣ୍ଟାଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଘରୁ ଚିହ୍ନଟ ହୋଇଛନ୍ତି ।  ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୬୬ ଜଣ ସୁସ୍ଥ ହୋଇଥିବାବେଳେ ୫୦୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ଏବଂ ୩ ଜଣଙ୍କ ମୃତ୍ୟୁ ଘଟିଛି । ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡାରୁ ୧୩ ଜଣ ଆକ୍ରାନ୍ତଙ୍କୁ ମିଶାଇ ଶୁକ୍ରବାର ୪୮ ଜଣ ଚିହ୍ନଟ ହେବାପରେ ଆଜି ଦିନକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହୋଇଛି । ଆଜି  ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ଵରର ୧୨, ଗଞ୍ଜାମର ୧୨, ପୁରୀର ୧୦, ଭଦ୍ରକର ୬, ନୟାଗଡ଼ର ୩, ଯାଜପୁରର ୨ ଏବଂ କଟକ, ସୁନ୍ଦରଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏ  ସଂକ୍ରମିତ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More