କରୋନାରୁ ଦୁରେଇ ରହିବା ପାଇଁ ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା ଶୋଭାଯାତ୍ରା

13

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଆରମ୍ଭ ହୋଇଛି କରୋନା ସଚେତନତା ଶୋଭାଯାତ୍ରା । ଏଥି ନେଇ ମାହାଙ୍ଗା ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ର ପକ୍ଷରୁ ନିଆଯାଇଛି ପଦକ୍ଷେପ । ପ୍ରଥମ କରି କୁରୁଜଙ୍ଗା ପଂଚାୟତର ସମସ୍ତ ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନାର ଭୟାବହତା ଓ ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଛି ସମନ୍ବିତ ସଚେତନତା ଅଭିଯାନ । ପଂଚାୟତର ସମସ୍ତ ଅଙ୍ଗନବାଡି ଆଶା କର୍ମୀ ଓ ବୁଦ୍ଧିଜୀବୀ ମାନେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ରାଲି ରେ ଯୋଗଦେଇ ଗାଁ ଗାଁ ବୁଲି ଜନସାଧାରଣ ମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ଜରୁରୀ କାମ ନଥିଲେ ପଦାକୁ ନବାହାରିବା, ପରସ୍ପର ଠାରୁ ୬ ଫୁଟ ଦୂରତା ରଖିବା, ବାରମ୍ବାର ହାତ ସଫାକରିବା, ନାକ ପାଟି ଓ ମୁହଁ ରେ ହାତ ନମାରିବା ନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More