କରୋନାରୁ ଦୁରେଇ ରହିବା ପାଇଁ ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା ଶୋଭାଯାତ୍ରା

44

Get real time updates directly on you device, subscribe now.

କଟକ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଆରମ୍ଭ ହୋଇଛି କରୋନା ସଚେତନତା ଅଭିଯାନ । ଉମର ପଂଚାୟତର ସମସ୍ତ ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ର ଭୟାବହତା ଓ ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଛି ସମନ୍ବିତ ସଚେତନତା ଅଭିଯାନ । ପଂଚାୟତର ସମସ୍ତ ଜନପ୍ରତିନିଧି, ଅଙ୍ଗନବାଡି ଆଶା କର୍ମୀ ଓ ବୁଦ୍ଧିଜୀବୀ ମାନେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ରାଲି ରେ ଯୋଗଦେଇ ଗାଁ ଗାଁ ବୁଲି ଜନସାଧାରଣ ମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ଜରୁରୀ କାମ ନଥିଲେ ପଦାକୁ ନବାହାରିବା, ପରସ୍ପର ଠାରୁ ୬ ଫୁଟ ଦୂରତା ରଖିବା, ବାରମ୍ବାର ହାତ ସଫାକରିବା, ନାକ ପାଟି ଓ ମୁହଁ ରେ ହାତ ନମାରିବା ନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟ କ୍ରମରେ ଉମର ସରପଞ୍ଚ ନିରୁପମା ମହାପାତ୍ର, ସମିତି ସଭ୍ୟା ରତ୍ନପ୍ରଭା ମହାରଣା, ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମହାପାତ୍ର, ମନୋଜ ମହାରଣା, ସମାଜସେବୀ ଅନିଲ ମଲିକ , ସ୍ଵାସ୍ତ୍ୟ କର୍ମୀ କେଦାରନାଥ ନାୟକ, କ୍ଷୀରୋଦ ରଣା, କମଳା କାନ୍ତ ଦାସ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନେ ସଚେତନତା ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More