କରଜ ଟଙ୍କା ଆଦାୟ କରିବାକୁ ଗଲା ବେଳେ ତଣ୍ଟି କାଟି ମରଣାନ୍ତକ ଆକ୍ରମଣ , ଛୁରୀ ଭୂଷି ଦୁର୍ବୁତ୍ତ ଫେରାର

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ନରସିଂହପୁର ବୁଢାବୁଢ଼ି ଘଟି ରେ କରଜ ଟଙ୍କା ମାଗି ବାରୁ ଛୁରି ଭୂସୀ ୬ ହଜାର ଲୁଟ,ବୃଦ୍ଧ ଆହତ। ନରସିଂହପୁର ଥାନା ବୁଢାବୁଢ଼ୀ ଘଟି ନିକଟରେ ଅନୁଗୁଳ ଜିଲ୍ଲା ବନ୍ତଳା ତଳଗଡ଼ ଗ୍ରାମର ଉମେଶ ଦେହୁରୀ ୬୬ବର୍ଷ ନାମକ ଜଣେ ବୃଦ୍ଧ ଗତ କାଲି ଦିହିପ୍ରହର ଦିନ ୨ଟା ସମୟରେ ଆଠଗଡ଼ କରଜ ଟଙ୍କା ଆଦାୟ କରିବାକୁ ଯାଉଥିବା ସମୟରେ ୪ ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇ ଥିଲେ ଏବଂ ତାଙ୍କ ଠାରୁ ନଗଦ ୬ ହଜାର ଟଙ୍କା ମଧ୍ୟ ଛଡାଇ ନେଇଯାଇଥିଲେ। ଏବଂ ଅନ୍ୟ ଦୁଇଜଣ ଦୁର୍ବୁତ୍ତ ତାଙ୍କୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରି ଜଙ୍ଗଲ ରେ ପକାଇ ଦେଇଥିଲେ। ପରେ ଆଜି ସକାଳୁ ସେ ପ୍ରାଣ ବିକଳ ରେ ନରସିଂହପୁର ଅନୁଗୁଳ ମୁଖ୍ୟ ରାସ୍ତାକୁ ପ୍ରାଣ ବିକଳରେ ଆସିଥିବା ବେଳେ ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରି ନରସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ଓ ଖବରପାଇ ପରିବାର ଲୋକେ ଆସି ନରସିଂହପୁର ଥାନା ରେ ଅଭିଯୋଗ ପରେପୋଲିସ ଘଟଣା ସ୍ଥଳରେ ଆସି ପ୍ରାଥମିକ ତଦନ୍ତ କରୁଥିବା ଜଣା ପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More