କଫସିରପ୍ ବିକ୍ରି କରି ଗିରଫ

17

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) :- ବେଆଇନ ଭାବେ କୋରେକ୍ସ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଟାଉନ ଥାନା ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବାସେଳିସାହି ଥାନା ଅନ୍ତର୍ଗତ ମାଟିତୋଟା ପ୍ରଧାନସାହିର ରାଜା ଓରଫ ରାଜେନ୍ଦ୍ର ଜେନା(୪୦) । ଅଭିଯୁକ୍ତ ଠାରୁ ୪୬ଟି କଫସିରପ୍ ବୋତଲ, ୩୦୦ଟଙ୍କା ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା(ନଂ-୨୯୪/୨୩) ରୁଜୁ କରି ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତ ରବିବାର ସନ୍ଧ୍ୟା ୭ଟା ସମୟରେ ଅଭିଯୁକ୍ତ ଲୋକନାଥ ରୋଡ଼ ବାରବାଟୀ ଜାଗାରେ ବେଆଇନ ଭାବେ କଫସିରପ୍ ବିକ୍ରି କରୁଥିଲା । ଏସମ୍ପର୍କରେ ଖବରପାଇ ଟାଉନ ଥାନା ପୁଲିସ ଟିମ୍ ଚଢ଼ଉ କରି ତାକୁ କାବୁ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More