କନ୍ୟା ସନ୍ତାନ ଜନ୍ମ ଦେଲେ ନାବାଳିକା

18

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :- ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ରଣଜିତ ପଞ୍ଚାୟତ ମହାମାଲ୍ୟା ଗ୍ରାମର ଜଣେ ନାବାଳିକା କନ୍ୟା ସନ୍ତାନର ମା ହୋଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ମହାମାଲ୍ୟା ଗ୍ରାମର ପ୍ରକାଶ ମଳିକଙ୍କ ନାବାଳିକା ଝିଅ ରାନୀ ମଳିକ ୧୪ ବର୍ଷ ପରମାନନ୍ଦପୁର ନୋଡାଲ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ରେ ପଢେ। ନାବାଳିକାଙ୍କ ପାଖ ପଡୋଶୀ ହିମାଂଶୁ ମଳିକ (ଫୁଙ୍କ) ୨୪ ବର୍ଷ ନାମକ ଯୁବକ ଭୁବନେଶ୍ୱର ରହି କାମ କରନ୍ତି। ରିନାର ବାପା ଜଣେ ଗରିବ ଓ ଦିନ ମଜୁରିଆ ମା ସାମାନ୍ୟ ମସ୍ତିଷ୍କ ବିକୃତ ହୋଇଥିବାରୁ ଏହାର ସୁଯୋଗ ନେଇ ନାବାଳିକା ଝିଅ ରାନୀର ଅସହାୟତାର ସୁଯୋଗ ଅର୍ଥର ଲାଳସା ଦେଖାଇ ତା ଇଛା ବିରୁଦ୍ଧରେ ବାରମ୍ବାର ଧର୍ଷଣ କରିଥିଲା ଫଳରେ ନାବାଳିକା ଗର୍ଭବତି ହୋଇଥିଲା। ଝିଅ ଏ ସମ୍ବଦ୍ଧରେ ଆସାମୀ ଫୁଙ୍କ ଓରଫ ହିମାଂଶୁ କୁ କହିବାରୁ ପିଲା ନଷ୍ଟ ପାଇଁ ମେଡ଼ିସିନ ଦେବା ସହ କାହାକୁ କିଛି ନକହିବାକୁ ତାଗିଦ କରିଥିଲା। ଯଦି କାହାକୁ ଜଣାଇବୁ ତେବେ ଜୀବନରୁ ମାରିଦେବା କୁ ଧମକ ଦେଇଥିଲା। ଅପର ପକ୍ଷରେ ଫୁଙ୍କ ଜଣେ ଗୁଣ୍ଡା, ବଦମାସ ତଥା ଅସାମାଜିକ ପ୍ରକୃତିର ଯୁବକ ହୋଇଥିବାରୁ ନାବାଳିକା ଭୟ ଭିତ ହୋଇ କାହାକୁ କିଛି ନଜଣାଇ ଚୁପ ଚାପ ରହିଥିଲା। କ୍ରମେ ଝିଅର ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଡାକ୍ତରୀ ପରାମର୍ଶ କରିବାରୁ ଡାକ୍ତର ସାତ ମାସର ଗର୍ଭବତୀ ଥିବା ଜଣାଇଥିଲେ। ନାବାଳିକା ହୋଇଥିବାରୁ ଭୃଣ ହତ୍ୟା କଲେ ଝିଅ ଜୀବନ ପ୍ରତି ବିପଦ ଥିବାରୁ ପରିବାର ଚୁପ ରହିଥିଲେ। ଏବେ ଗତ ତା ୧୩/୦୯/୨୦୨୨ ରିଖ ମଙ୍ଗଳ ବାର ଦିନ ଦେହ ଅଧିକ ଅସୁସ୍ଥ ହେବାରୁ ନାବାଳିକା ଝିଅ କୁ ଯାଜପୁର ସଦର ମହକୁମା ସରକାରୀ ଚିକିତ୍ସାଳୟ ଏକ କନ୍ୟା ସନ୍ତାନ ଜନ୍ମ ଦେଇ ଚିକିତ୍ସିତ ହେଉଅଛି। ଘଟଣା ସମ୍ବଦ୍ଧରେ ମେଡିକାଲରୁ ଫେରିବା ପରେ ନାବାଳିକାର ବାପା ଅପରପକ୍ଷ ହିମାଂଶୁ ଓ ତାର ପରିବାର ବର୍ଗ ଙ୍କୁ ଏ ବିଷୟରେ ଜଣାଇବା ରୁ ଆସାମୀ ସହ ତାର ବାପା, ମା, ଦାଦା, ଖୁଡ଼ି, ଭାଇ ଓ ଅନ୍ୟଭାଇ ମାନେ ବାଡି ଠେଙ୍ଗା କଟୁରୀ ଧରି ଗାଳି ମନ୍ଦ କରି ଗୋଡାଇବା ସହ ସପରିବାରକୁ ଜୀବନରୁ ମାରି ଶେଷ କରିଦେବାକୁ ଧମକ ଦେଇଥିଲେ। ଏ ନେଇ ନାବାଳିକା ର ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଭଣ୍ଡାରି ପୋଖରୀ ଥାନା ପକ୍ଷରୁ ଏକ କେସ ନଂ ୩୪୭/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ। ଦେଖିବାକୁ ବାକି ରହିଲା ପୀଡ଼ିତା କୁ ନ୍ୟାୟ କେବେ ମିଳୁଛି। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More