କନିଷ୍ଠ ଯନ୍ତ୍ରୀ କହୁଛନ୍ତି ବିଧାୟକ ନ ଚାହିଁଲେ ହେବନି କୌଣସି କାର୍ଯ୍ୟ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ରାଜନୈତିକ ଉଦ୍ଧେଶ୍ୟ ରଖି କନିଷ୍ଠ ଯନ୍ତ୍ରୀ ବଡମ୍ବା ବ୍ଲକ କଙ୍କଡାଯୋଡି ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ନ କରେଇବାରୁ ବ୍ଲକ ସମ୍ମୁଖରେ ଧାରଣା। କଙ୍କଡାଯୋଡି ପଂଚାୟତରେ କନିଷ୍ଠ ଯନ୍ତ୍ରୀ ତଥା ଜେଇ କହୁଛନ୍ତି ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ନ ଚାହିଁଲେ ପଂଚାୟତ ରେ ହେବନି କୌଣସି କାର୍ଯ୍ୟ। ଏପରିକି ପଂଚାୟତର ସରପଂଚଙ୍କର କୌଣସି କଥାକୁ ଭୁକ୍ଷେପ ମଧ୍ୟ କରୁ ନାହାନ୍ତି । ଏହିଭଳି ଅଭିଯୋଗ ଆଣି କନିଷ୍ଠ ଯନ୍ତ୍ରୀଙ୍କୁ ବଦଳ କରିବା ପାଇଁ ସୋମବାର ବଡମ୍ବା ବ୍ଲକ ସମ୍ମୁଖରେ ଗଣଧାରଣା ଦେଇଛନ୍ତି କଙ୍କଡାଯୋଡି ପଂଚାୟତର ସରପଂଚ ୱାର୍ଡ ସଭ୍ୟ ଓ ସଭ୍ୟା। କନିଷ୍ଠ ଯନ୍ତ୍ରୀ ସବିତା ଧଳ ପଞ୍ଚାୟତରେ ପୋଷ୍ଟିଙ୍ଗ ପର ଠାରୁ ସବୁବେଳେ ବିଧାୟକ ଓ ଅଧ୍ୟକ୍ଷ ଙ୍କର ହସ୍ତକ୍ଷେପ ନ ଲୋଡିଲେ କୌଣସି ବିଲ କରାଇ ଦେବିନି ବୋଲି ବାରମ୍ବାର ସରପଂଚ ଓ ୱାର୍ଡ ସଭ୍ୟଙ୍କୁ ତାଗିଦ କରୁଛନ୍ତି। ସେଥିପାଇଁ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପଂଚାୟତ ରେ ହୋଇପାରୁ ନଥିବା ସରପଞ୍ଚ ୱାର୍ଡ ସଭ୍ୟ ମାନେ କହିଛନ୍ତି।ଘଟଣା ସ୍ଥଳରେ ବଡମ୍ବା ବିଡ଼ିଓ ରମେଶ ଜେନା ପହଂଚି ଆସନ୍ତା 5 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ପରେ ଧାରଣ ପ୍ରତ୍ୟାହୃତ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More