କନିଷ୍ଠ ଯନ୍ତ୍ରୀଙ୍କ ବିୟୋଗରେ ଡାବୁଗାଁ ବ୍ଳକରେ ଶୋକସଭା ପାଳିତ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସୁବାସ ଚନ୍ଦ୍ର ଖାଡ଼ଙ୍ଗାଙ୍କ ବିୟୋଗରେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟି ପ୍ରମୁଖଙ୍କ ସହ ବ୍ଳକର ସମସ୍ତ କର୍ମଚାରୀ ଯୋଗ ଦେଇ ସ୍ଵର୍ଗତ ଖାଡ଼ଙ୍ଗା ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି,ଧୂପ ଲଗାଇ, ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆତ୍ମା ର ସଦ୍ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସେ ଏଠାରେ ୨୦୧୯ ରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରୀ କରିଥିବା ବେଳେ କାର୍ଯ୍ୟାଳୟ ଅଧିକାରୀ ଓ ସମସ୍ତ କର୍ମଚାରୀ ମାନଙ୍କ ସହ ମେଳାପି, ମିଷ୍ଟଭାଷୀ ରହି ସମସ୍ତଙ୍କୁ ନିଜର କରିପାରିଥିଲେ l ଏହାପରେ ତାଙ୍କୁ କୋରାପୁଟ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ତାଙ୍କୁ କୁନ୍ଦୁରା ବ୍ଳକ ରେ ଅବସ୍ଥାପିତ କରାଯାଇଥିଲା l ଗତ ଶନିବାର ରାତିରେ ଜୟପୁର ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଥିଲା l ସେ ଲୋକ ଙ୍କ ସହିତ ଓ ସାମ୍ବାଦିକ ମାନଙ୍କ ସହ ବହୁତ ମେଳାପି ଥିବାରୁ ସମସ୍ତଙ୍କୁ ଶୋକ ସାଗରରେ ଭଷାଇ ଦେଇ ଚାଲି ଯାଇଥିବାରୁ ସମସ୍ତଙ୍କ ମନରେ ଶୋକ ହୋଇଛି, ତାଙ୍କର ଆତ୍ମାର ସଦଗତିନିମନ୍ତେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ପ୍ରତି ପ୍ରତ୍ୟେକ ଜଣାଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More