ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗତ ୨୪ତାରିଖରେ କନିଷ୍ଟ ଯନ୍ତ୍ରୀଙ୍କୁ ମାଉଜର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ବିଭିନ୍ନ ମହଲରେ ଆନ୍ଦୋଳନ ର ଚେତାବନୀ ଦିଆଯାଇଥିଲା । ଉକ୍ତ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ନବରଙ୍ଗପୁର ପୁଲିସକୁ ଆଜି ସଫଳତା ମିଳିଛି।ସୂଚନାଯୋଗ୍ୟ ଆଜି ଭୋର ସକାଳୁ ନବରଙ୍ଗପୁର SP ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର SDPO ଆଦିତ୍ୟ ସେନଙ୍କ ନେତୃତ୍ୱରେ ନବରଙ୍ଗପୁର ଓ ପାପଡ଼ାହାଣ୍ଡି ର ଦୁଇଟି ପୋଲିସ ଟିମକୁ ନେଇ ଛତିଶଗଡ଼ର ବୈଲାଡିଲା ଅଞ୍ଚଳର ବଚେଲି ଠାରେ ମୁଖ୍ୟ ଅଭିଯୁକ୍ତ ଗୋଲକ ନାୟକ ଓ ତାଙ୍କ ସହଯୋଗୀଙ୍କୁ ଦୁଇଟି ମାଉଜର ଓ ତିନୋଟି ସେଲଫୋନ ସହ ଗିରଫ କରିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟ କୃଷ୍ଣ ବେହେରା ତେନ୍ତୁଳିଖୁଣ୍ଟି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣ ମାଧ୍ୟମକୁ ଜଣାଇଥିଲେ। ଏହି ସାମ୍ବାଦିକ ସମ୍ବିଳନୀରେ ଏସ ଡି ପି ଓ ଆଦିତ୍ୟ ସେନ ଓ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଉମେଶ ନାୟକଙ୍କ ସମେତ ବହୁ ଥାନା କର୍ମଚାରୀ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ସ ନିଉଜ୍।