କତମାଶୁଣି ମହିଳା ସଶକ୍ତିକରଣ ସଂଘ ଓ ସମ୍ବାଦ ସାହିତ୍ୟଘର ମିଳିତ ଆନୁକୂଲ୍ଯରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

18

Get real time updates directly on you device, subscribe now.

ଢେଙ୍କାନାଳ (ସଂଘର୍ଷ ମିଡିଆ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଝାଡବନ୍ଧ ଗ୍ରାମର କତମାଶୁଣି ମହିଳା ସଶକ୍ତିକରଣ ସଂଘ ଓ ସମ୍ବାଦ ସାହିତ୍ୟ ଘର ମିଳିତ ଆନୁକୂଲ୍ୟରେ ଆଜି ନନ୍ଦପୁର ନିମବାହାଳି ରାସ୍ତାର ଉଭୟ ପାର୍ଶ୍ବରେ କରଞ୍ଜ,ଚାକୁଣ୍ଡା,ବଉଳ,କୃଷ୍ଣଚୂଡା ପ୍ରଭୃତି ପ୍ରାୟ ୬୦୦ ଗଛ ଲଗାଇଥିଲେ । ଏଥିରେ ସଂଘର ସମସ୍ତ ୨୦୦ ସଦସ୍ୟା ଉପସ୍ଥିତ ଥିଲେ । ସମାଜସେବୀ ରୀନା ବେହେରା,ଶଶିକାନ୍ତ ଗଡନାୟକ,ସାଗର ବେହେରା,ସିରାଜ ମହମ୍ମଦ,ରୁଦ୍ର ବେହେରା ,ସମ୍ବାଦ ପ୍ରତିନିଧି ପ୍ରଶାନ୍ତ ଜେନାମଣି ପ୍ରମୁଖ ଉପସ୍ଥିତ ରହି ମହିଳା ସଦସ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ସଂଘର ସଭାପତି ବାସନ୍ତି ସାହୁ ଓ ସଂପାଦିକା ବିନି ସାହୁ ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧିର କାରଣ ଓ ନିରାକରଣ ସଂପର୍କରେ ଆଲୋକ ପାତ କରିବା ସହ ପ୍ରତି ବର୍ଷ ଏହି ଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More