କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ଷଷ୍ଠ ବାର୍ଷିକୋତ୍ସବ ଉଦଯାପିତ

19

Get real time updates directly on you device, subscribe now.

Anchor,,,:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା) ପକ୍ଷରୁ ସ୍ଥାନୀୟ ହରିଶଙ୍କର କଳା ମଣ୍ଡପ ଠାରେ ଆୟୋଜିତ ହୋଇଥିବା ସଂଘ ଷଷ୍ଠ ବାର୍ଷିକ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି l ସଙ୍ଘର ବରିଷ୍ଠ ଉପଦେଷ୍ଟା ଦିବ୍ୟଶଙ୍କର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ ବିଶି ମୁଖ୍ୟବକ୍ତା ଭାବେ ଯୋଗଦେଇ ଆସାମ ସରକାର ସାମ୍ବାଦିକଙ୍କ ଉନ୍ନତି ପ୍ରତି ଗୁରୁତ୍ୱ ଦେଉଥିବା ବେଳେ ଓଡିଶା ସରକାର ସାମ୍ବାଦିକଙ୍କ ଉନ୍ନତି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, ତହସିଲଦାର କର୍ଣ୍ଣ ମଲ୍ଲିକ, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ମହିନ୍ଦ୍ର ରଣା, ସରପଞ୍ଚ ସଂଘ ସଭାପତି ସାର୍ଦୁଲ ନାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଙ୍ଘର ବାର୍ଷିକ ମୁଖପତ୍ର “ମାତୃଭୂମି” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ସୁଶୀଲ ମିଶ୍ରଙ୍କୁ ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆ ସାମ୍ବାଦିକ ସ୍ମୁତି ସମ୍ମାନ, ତ୍ରିପୁରାରୀ ପ୍ରଧାନଙ୍କୁ କୃଷି ଓ କୃଷକ ସମ୍ମାନ ଏବଂ ମା କନ୍ଧେନବୁଢ଼ୀ ପ୍ରଡ୍ୟୁସର ଗ୍ରୁପଙ୍କୁ ସମାଜ ଓ ସମାଜସେବୀ ସମ୍ମାନ ପ୍ରଦାନ କରାଯାଇଥିଲା l ଉପଦେଷ୍ଟା ଜୟକୁମାର ମହାରଣା ଅତିଥି ପରିଚୟ କରିଥିଲେ l ଶେଷରେ ପୂର୍ଣ୍ଣଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ଜିଁ ଥିଲେ ଜୀବକା ଓ ଶାଶ୍ୱତ ମେଲୋଡି ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଲୋକେ ମଧ୍ୟରାତ୍ର ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ l କୋଷାଧ୍ୟକ୍ଷ ଅନନ୍ତ ଖମାରି, ସଦସ୍ୟ ରଞ୍ଜନ କୁମାର ପାତ୍ର, ବଂଶୀଧର ମାଝୀ, ସୁଦର୍ଶନ ବଘାର, ଦେବାଶିଷ ମଲିକ, ବଳରାମ ବାଘ, ଗୋବର୍ଦ୍ଧନ ସାହୁ, ଅକ୍ରୁର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More