କଣ୍ଟାମାଳ ବ୍ଲକ ସମ୍ମୁଖରେ ଥିବା ଗୋଷ୍ଠୀ ପରିଚାଳିତ ଶୌଚାଳୟ ଭୂତ କୋଠିରେ ପରିଣତ

19

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ସରକାର ସ୍ୱଚ୍ଛ ଭାରତ ନାଁରେ ଡିମ ଡିମ ପିଟୁଥିବା ବେଳେ କଣ୍ଟାମାଳ ବ୍ଲକରେ ଦୋଷ ଲଦାଲୁଦି କାର୍ଯ୍ୟରେ ବ୍ୟସ୍ତ ବିଭାଗୀୟ ଅଧିକାରୀ ବାବୁମାନେ ଉକ୍ତ ବ୍ଲକ ରେ ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିସନ୍। ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ୨୪ ଟି ପଞ୍ଚାୟତ କୁ ନେଇ ଗଠନ ହୋଇଥିବା ବେଳେ ପ୍ରତିଦିନ ଶହ ଶହ ଲୋକ ଉକ୍ତ ବ୍ଲକ୍ କୁ ଯିବା ଆସିବା କରିଥାନ୍ତି।ଉକ୍ତ ବ୍ଲକ ସମ୍ମୁଖରେ ସାଧାରଣ ଲୋକଙ୍କ ପାଇଁ ହୋଇଥିବା ଶୌଚାଳୟଟି ସମୂର୍ଣ୍ଣ ରୂପେ ଅକାମୀ ଅବସ୍ଥାରେ ପଡ଼ି ରହିଛି । ଉକ୍ତ ଶୌଚାଳୟ ସମ୍ମୁଖ କୁ ଯିବାକୁ ନାକ ଟେକୁଛନ୍ତି ଲୋକେ।ଏଠାରେ ପ୍ରଶ୍ନ ଉଠୁଛି ଜେ ସମସ୍ତ ସରକାରୀ ବାବୁ ମାନେ ବ୍ଲକ ରେ କାର୍ଯ୍ୟରତ ଥିବା ଜନସାଧାରଣଙ୍କ ପାଇଁ କିପରି କାର୍ଯ୍ୟ କରୁଥିବେ ତାହା ଜଳ ଜଳ ହୋଇ ବାରି ହେଉଛି।ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସମ୍ପୂର୍ଣ୍ଣ ରୂପେ କୋମା ଅବସ୍ଥାରେ ରହିଛି ଉକ୍ତ ବ୍ଲକର ସମସ୍ତ ଗ୍ରାମ ଅଞ୍ଚଳରେ ।ଉକ୍ତ ଶୌଚାଳୟ ର ଶୋଚନୀୟ ଅବସ୍ଥା କୁ ନେଇ ଆମେ ବିଭାଗୀୟ ଅଧିକାରୀ ସେଠୀ ବାବୁ ଯୋଗାଯୋଗ କରିବାରୁ ସେ ଶୌଚାଳୟ ଅବସ୍ଥା ଏପରି ହେବା ନେଇ ବ୍ଲକର କର୍ମଚାରୀ ମାନେ ମଧ୍ୟ ଦାୟୀ ବୋଲି କହିଥିବା ବେଳେ ବିଡ଼ିଓ ଙ୍କୁ ବୁଝନ୍ତୁ ବୋଲି କହିଥିଲେ।ଏହା ଶୁଣି ଆମେ କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନଙ୍କୁ ପ୍ରତିକ୍ରିୟା ନେବାରୁ ମୁଁ RWSS ର ଅଧିକାରୀଙ୍କ ସହ କଥା ହୋଇ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି।ଏଠାରେ ଦେଖିବାକୁ ବାକି ରହିଲା କେତେ ଶୀଘ୍ର ଏହାର ସମାଧାନ କରୁଛନ୍ତି ଉକ୍ତ ବିଭାଗୀୟ ଅଧିକାରୀ ମାନେ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More