କଣ୍ଟାମାଳ ବ୍ଲକ୍ ସାମ୍ବାଦିକ ସଂଘ ( କବ୍ଜା) କର୍ମକର୍ତ୍ତାଙ୍କ ବୌଦ୍ଧ ପାଠାଗାର ପରିଦର୍ଶନ

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସାମ୍ବାଦିକ ସଂଘର ଉପଦେଷ୍ଟା ଜୟ କୁମାର ମହାରଣା, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚରଣ ସାହୁ ,ସଦସ୍ୟ ରଞ୍ଜନ କୁମାର ପାତ୍ର,ସୁଦ୍ଦର୍ଶନ ବଘାର,ଦେବାଶିଷ ମଲ୍ଲିକ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟକୁ ପହଞ୍ଚି ଡି ଆଇ ପି ଆର୍ ଓ ସୁଶ୍ରୀ ରିତାକନ୍ତି ବଳିଆର ସିଂହଙ୍କୁ ସାକ୍ଷାତ କରି ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଓ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ପାଠକ ମାନଙ୍କ ନିମନ୍ତେ ଜିଲ୍ଲାପାଳଙ୍କ ଉଦ୍ୟମରେ ନବ ନିର୍ମିତ ପାଠାଗାର ଓ ଶିଶୁ କକ୍ଷ ,ବରିଷ୍ଟ ନାଗରିକ କକ୍ଷ ପରିଦର୍ଶନ କରି ଜିଲ୍ଲପାଳ ଏବଂ ଡି ଆଇ ପି ଆର୍ ଓ ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ । ସେହିପରି ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ଦୁର ଦୁରାନ୍ତରରୁ ଆସୁଥିବା ସାମ୍ବାଦିକ ମାନଙ୍କ ସୁବିଧା ପାଇଁ ସାମ୍ବାଦିକ ଅତିଥି ଭବନ ,ସଭା ସମ୍ମିଳନୀ କକ୍ଷ ଓ ବିଭାଗୀୟ କର୍ମଚାରୀଙ୍କ ବାସଗୃହ ନିର୍ମାଣ ନିମନ୍ତେ ଡି ଆଇ ପି ଆର୍ ଓ ଙ୍କ ମାଧ୍ୟମରେ ଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତାବ ରଖିଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More