କଣ୍ଟାମାଳ ବିଧାୟକଙ୍କ ଗାଁ ପାଖରେ ବିଜୁଳି ସମସ୍ୟା, ଆଜକୁ ମାସେ ହେଲା ଅନ୍ଧାରରେ ଉପାନ୍ତ ଅଞ୍ଚଳବାସୀ

37

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : କଣ୍ଟାମାଳ ବିଧାୟକଙ୍କ ଗାଁ ପାଖରେ ଦେଖାଦେଇଛି ବିଜୁଳି ସମସ୍ୟା।ଆସନ୍ତୁ ଜାଣିବା ଦୁର୍ଗମ ଅଞ୍ଚଳର ଲୋକେ ବିଜୁଳି ବିନା କେମିତି ଜୀବନ କାଟୁଛନ୍ତି।ସରକାରଙ୍କ କାହିଁ କେତେ ଯୋଜନା ହେଲେ କାହା ପାଇଁ।ଦୁର୍ଗମ ଉପାନ୍ତ ଅଞ୍ଚଳ କଲରା କୋଠା ଗାଁ ଅନ୍ଧାରରେ କାଟୁଛି ରାତି l ତାହା ପୁଣି ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ଏକ ମାସ ଧରି ଅନ୍ଧାରରେ ଅଛନ୍ତି ବୌଦ୍ଧ ଜିଲ୍ଲା ଖୁଣ୍ଟିଗୋରା ପଞ୍ଚାୟତର ବଡ଼ କଲରାକୋଠା ଗ୍ରାମବାସୀ । ଗ୍ରାମରେ ୩୦ଟି ପରିବାର ରହୁଥିବା ବେଳେ ବିଦ୍ୟୁତ ନଥିବା ହେତୁ ସନ୍ଧ୍ୟା ହେଲେ ଡିବିରି ବତୀ ହିଁ ସେମାନଙ୍କ ପାଇଁ ଆଲୋକର ଉତ୍ସ ସାଜିଛି । ବର୍ତମାନ ବର୍ଷାଊତୁ ଚାଲିଥିବାରୁ ରାତିରେ ମଶାଙ୍କ ପ୍ରାଦୁର୍ଭାବ ଲୋକଙ୍କୁ ଅତିଷ୍ଠ କରୁଛି । ଜଙ୍ଗଲି ପରିବେଶ ଭିତରେ ରହୁଥିବାରୁ ପଦାକୁ ବାହାରିଲେ ସରୀସୃପ ତଥା ହିଂସ୍ର ଜନ୍ତୁଙ୍କ ଭୟ ମଧ୍ୟ ରହୁଛି । ଅନ୍ୟପଟେ ବିଦ୍ୟୁତ ଅଭାବରୁ ସନ୍ଧ୍ୟାରେ ପିଲାମାନେ ପାଠ ପଢି ପାରୁନାହାନ୍ତି । ଗ୍ରାମବାସୀ ଘଣ୍ଟାପଡା ବିଦ୍ୟୁତ ଷ୍ଟ୍ରକ୍ଚରକୁ ଯାଇ ସମସ୍ୟା ଜଣାଇବାରୁ ବିଭାଗ ତରଫରୁ ମରାମତି ହୋଇଥିଲା l କିନ୍ତୁ ଗୋଟିଏ ଦିନପରେ ପୁଣି ସେହି ଅବସ୍ଥା । ଆଜି ପର୍ଯ୍ୟନ୍ତ ଜଳୁନି ବିଜୁଳିବତୀ । ଦୀର୍ଘ ୫ବର୍ଷ ହେବ ବ୍ରଜ୍ରପାତ ଯୋଗୁଁ ସାନ କଲରାକୋଠା ଠାରୁ ବଡ କଲରାକୋଠା ମଧ୍ୟରେ ରାସ୍ତା ନିକଟରେ ଗୋଟିଏ ବିଦ୍ୟୁତ ପୋଲ ନଷ୍ଟ ହୋଇ ଯାଇଛି ଏବଂ ବିଦ୍ୟୁତ ତାର ବିପଦ ଅବସ୍ଥାରେ ଝୁଲି ରହିଛି । ପୋଲଟି କେତେବେଳେ ଭାଙ୍ଗି ପଡିବ ଏବଂ କାହାପାଇଁ ବିପଦ ସୃଷ୍ଟି କରିବ ତାହା ନିସନ୍ଦେହ । ଗାଁକୁ ୩ଫେଜ ତାର ଯାଇଥିବା ବେଳେ ନଷ୍ଟ ହୋଇଥିବା ପୋଲ ଠାରୁ ଅନ୍ୟଏକ ପୋଲ ପର୍ଯ୍ୟନ୍ତ ଗୋଟିଏ ଫେଜ ତାର ବିଦ୍ୟୁତ କର୍ମଚାରୀ ମାନେ କାଟି ନେଇଛନ୍ତି । ଫଳରେ ବିଦ୍ୟୁତ ଆସିଲେ ବି ଗ୍ରାମରେ ଲୋ‐ଭୋଲଷ୍ଟେଜ ସମସ୍ୟା ରହୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । “ମାସେ ହେଲା ଆମର ଗାଁନେ ଲାଇନ ନାଇଁନ; ବେଲ ବୁଡଲେ ଡିବିରି, ବଏଠା, ଜାଗର ଜାଲୁଛୁଁ” ବୋଲି ଗ୍ରାମବାସୀ କହିଛନ୍ତି । ଉକ୍ତ ସମସ୍ଯା ବିଷୟରେ ମନମୁଣ୍ଡା ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ଅଧିକାରୀ ରାଜେଶ ସାହୁଙ୍କୁ ଯୋଗାଯୋଗ କରିବାରୁ ଅତିଶୀଘ୍ର ସଜାଡ଼ିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ବୌଦ୍ଧ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More