କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ସେବକ ସମାଜ ତରଫରୁ ନିଆଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତହସିଲଦାରଙ୍କ ଜରିଆରେ ୧୪ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଗ୍ରାମୀଣ ସେବକ ସମାଜ ତରଫରୁ କୁହାଯାଇଛି ସେମାନଙ୍କର ଦାବି ଗୁଡିକ ପୂରଣ କରାନଗଲେ ଆଗାମୀ ଗାନ୍ଧିଜୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦, ୨୦୨୧ରୁ ନିଆଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆମରଣ ଅନଶନ କରିବେ ବୋଲି ସୂଚନା ଦେଇଛନ୍ତି । କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।
Get real time updates directly on you device, subscribe now.