କଣ୍ଟାପଡାରେ ଘରକୁ ଘର ବୁଲି କରାଗଲା କୋରନା ସଚେତନା

12

Get real time updates directly on you device, subscribe now.

କଟକ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଗୋବିନ୍ଦପୁର ମେଡିକାଲରେ ୧୯ ସେପ୍ଟେମ୍ବର କୋଭିଡି ଟେଷ୍ଟ ସରପଞ୍ଚ ଲଲାଟେନ୍ଦୁ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଗୋବିନ୍ଦପୁର ଥାନା ,ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସୁରୁଖୁରରେ କୋଭିଡି ଟେଷ୍ଟ ହୋଇଥିଲା। ଅଙ୍ଗନବାଡି ଦିଦି ଓ ସରପଞ୍ଚ ଘରକୁ ଘର ବୁଲି ସଚେତନତା କରିଥିଲେ ଏବଂ କିଭଳି କୋଭିଡି ଟେଷ୍ଟ ପାଇଁ ବହୁସଂଖ୍ୟାରେ ଯୋଗଦେବେ ସେ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। ସରପଞ୍ଚଙ୍କ କହିବା କଥା ୬୦ ରୁ ୭୦ ଲୋକଙ୍କ ଟେଷ୍ଟ କରାଯିବ। ଆଜିର ଟେଷ୍ଟରେ ୩ ଜଣ ପଜିଟିଭ ଚିହ୍ନଟ ହୋଇସାରିଲେଣି ସେମାନଙ୍କୁ ହୋମ କ୍ୱାରଟାଇନ୍‌ରେ ରଖାଯିବ ବୋଲି ସରପଞ୍ଚ ତାଙ୍କ ବକ୍ତବ୍ୟରେ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More