କଣ୍ଟାକ୍ଟ ଟ୍ରେସିଙ୍ଗ ପାଇଁ ଯାଇଥିବା କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମ

25

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ମାହାଙ୍ଗା ଥାନା କଇଥା ଗୋଠମୁହଁ ଗ୍ରାମକୁ କରୋନା କଣ୍ଟାକ୍ଟ ଟ୍ରେସିଙ୍ଗ ପାଇଁ ଯାଇଥିବା କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମ ହୋଇଛି । କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ ମାନେ ଡାକ୍ତର ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଅଟକ ରଖି ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମ କରି ଜଣେ ମହିଳା ଏଏନଏମ ଙ୍କ ମୋବାଇଲ ଛଡେଇ ନେବାକୁ ଉଦ୍ୟମ କରିଛନ୍ତି । ଖବର ପାଇ କୁମୁଡା ଯଇପୁର ପୋଲିସ ଘଟଣାସ୍ଥଳରେ ପହଂଚି ମେଡିକାଲ ଟିମକୁ ଉଦ୍ଧାର କରିଛି । ଗୋଠମୁହଁ ଗ୍ରାମରେ ୫ ଜଣ କରୋନା ଆକ୍ରାନ୍ତ ଦୁଇଦିନ ପୂର୍ବେ ଚି଼ହ୍ନଟ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯିବାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯିବା ବେଳେ ସମ୍ପର୍କୀୟ ମାନେ କରୋନା ପଜିଟିଭ ରିପୋର୍ଟ ଦେଖାଇବାକୁ ଡାକ୍ତରଙ୍କୁ କହିବା ସହ ମିଛ ରିପୋର୍ଟ ତିଆରିକରି ଲୋକଙ୍କୁ ଆକ୍ରାନ୍ତ କହି ମେଡିକାଲ ନେଉଥିବା ଅଭିଯୋଗ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଡାକ୍ତର ମନୋଜ କୁମାର ବିଶ୍ୱାଳ କହିଛନ୍ତି । ତୁରନ୍ତ ଦୁର୍ବ୍ୟବହାରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରିଛି ଡାକ୍ତର ଓ ତାଙ୍କ ସାଥି କର୍ମଚାରୀମାନେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More