କଣାସ ଅଞ୍ଚଳର କରୁଣ ଦୃଶ୍ୟ : ବନ୍ୟା ଜଳ ସାଧିଲା ଦାଉ , ବିପନ୍ନ ଲୋକେ କାଟିଲେ ନଦୀ ବନ୍ଧ

18

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ପୁରୀ, ଜିଲ୍ଲା କଣାସ ଆଞ୍ଚଳରେ ଦାଉ ସାଧୁଛି ବନ୍ୟା । ଗଲା କିଛି ଦିନ ଧରି କ୍ରମାଗତ ଭାବେ ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀଗୁଡ଼ିକ ଫୁଲୁଥିବାରୁ ପୁରୀ ଜିଲ୍ଲା କଣାସ ଅଞ୍ଚଳକୁ ଘାଇଲା କରିଛି ବନ୍ୟା ସ୍ଥିତି । ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ମକରା ନଦୀରେ ସୃଷ୍ଟି ହୋଇଥିଲା ଘାଇ । ଫଳରେ କଣାସ ବ୍ଲକର ବହୁ ଅଞ୍ଚଳକୁ ମାଡ଼ି ଯାଇଛି ବନ୍ୟାଜଳ । ପାଣିରେ ବୁଡ଼ି ରହିଛି ହଜାର ହଜାର ହେକ୍ଟର ଚାଷଜମି । ଚାଷୀ ମୁଣ୍ଡରେ ହାତଦେଇ ବସିଛି । ସୂଚନାନୁଯାୟୀ , କଣାସ ବ୍ଲକର ସାହୁପଡା ପଞ୍ଚାଯତ , କାଦୁଆ ପଞ୍ଚାଯତ ଓ ବକୁ ପଞ୍ଚାଯତର ବହୁ ଗ୍ରାମ ବର୍ତ୍ତମାନ ପାଣି ଘେରରେ ଅଛନ୍ତି । ପ୍ରତି ଘରେ ପଶିଛି ବନ୍ୟା ଜଳ । ପ୍ରାୟ ଗାଁ ବାହ୍ୟ ଜଗତରୁ ବିଚ୍ଛିହ୍ନ । ଗତ କଲି ଠାରୁ ବନ୍ୟା ଜଳ ବଢିବା ଫଳରେ ବନ୍ୟା ପ୍ରପୀଡିତ ଗ୍ରାମବାସୀ ମାନେ ମକରା ନଦୀ ବନ୍ଧର କାଦୁଆଘାଟ ଠାରେ ଆଉ ଏକ ଘାଇ ସୃଷ୍ଟି କରିଛନ୍ତି । ବନ୍ୟା ପ୍ରପୀଡିତ ଅଞ୍ଚଳରୁ କିଛି ପାଣି କମିବା ଆଶା କରାଯାଉଛି । କିନ୍ତୁ ପାହିଲୁଣ୍ଡି ଠାରେ ସୃଷ୍ଟି ହୋଇଥିବା ଘାଇ ପାଣିରେ ବଡାଲ , ଦେଇପୁର ଓ ଗଡଖାରଦ ପଞ୍ଚାୟତରେ ବନ୍ୟା ସୃଷ୍ଟି କରିଛି । ଆସନ୍ତା କାଲି ସକଳ ସୁଦ୍ଧା ରାସ୍ତା ବୁଡିଯିବା ଭଳି ଦେଖାଯାଉଛି । ହଁ ଦର୍ଶକ ବନ୍ଧୁ ଦେଖନ୍ତୁ ସେ ଅଞ୍ଚଳର କିଛି ଦୃଶ୍ୟ । ପାଣିରେ ଉବୁଟୁବୁ ହେଉଛନ୍ତି ଗ୍ରାମବାସୀ । ଶେଷରେ ନିରାଶ ହୋଇ କାଟିଲେ ନଦୀ ବନ୍ଧ । ହଁ ଦର୍ଶକ ବନ୍ଧୁ ଦେଖନ୍ତୁ ସେ ସମୟର କିଛି ଦୃଶ୍ୟ । ବଞ୍ଚିବା ପାଇଁ ଏହେଉଛି ଗୋଟିଏ ପ୍ରୟାସ ମାତ୍ର । ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More