କଡା ସୁରକ୍ଷା ମଧ୍ୟରେ ଭଦ୍ରକ ଆଇନଜୀବୀ ପରିଷଦ ନିର୍ବାଚନ ଶେଷ

15

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ରାଜ୍ୟ ଆଇନଜୀବୀ ପରିଷଦ”ର ନିର୍ବାଚନ ଆଜି ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକରେ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ଭୋଟ ଗ୍ରହଣ ପାଇଁ ମୋଟ ୯୪୫ ସଦସ୍ୟ ମତଦାନ କରିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି। ପ୍ରତି ପାଞ୍ଚ ବର୍ଷରେ ଥରେ ଏହି ନିର୍ବାଚନ ହୋଇ ୨୫ ଜଣ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ଏହି ନିର୍ବାଚନ ପାଇଁ ତିନି ଗୋଟି ବୁଥ କରାଯାଇଥିଲା ।ପ୍ରତି ବୁଥରେ ଭଦ୍ରକ କନିଷ୍ଠ ଦେୱାନି ଜଜ୍ ଅବିନାଶ ଚିନ୍ନାରା,ଉପଖଣ୍ଡ ବିଚାର ବିଭାଗିୟ ଅଧିକାରୀ ଚିନ୍ୟ ପାଢୀ,ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ଅଧିକାରୀ ଗୌରୀଶଂକର ବାଗଙ୍କୁ ପୋଲିଂ ଅଧିକାରୀ ଭାବରେ ନିଯୁକ୍ତି ମିଳିଥିଲା । ଓଡିଶା ରାଜ୍ୟ ଆଇନଜୀବୀ ପରିଷଦକୁ ମୋଟ ୨୫ ଜଣ ସଦସ୍ୟ ନିର୍ବାଚିତ ହେବାକୁ ଥିବା ବେଳେ ଭଦ୍ରକ ଜିଲ୍ଲାରୁ ପବନ ଶର୍ମା ଓ ବିଷ୍ଣୁ ମୋହନ ମହାପାତ୍ର ସଦସ୍ୟତା ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଭଦ୍ରକ ଓକିଲ ସଙ୍ଘରେ ମୋଟ ୯୪୫ ଜଣ ସଦସ୍ୟ ମତଦାନ କରିବା ପାଇଁ ଭୋଟର ତାଲିକା ପ୍ରକାଶନ ହୋଇଥିବା ବେଳେ ବାସୁଦେବପୁର ଓକିଲ ସଂଘର ୮୧ ଜଣ ଓ ଚାନ୍ଦବାଲି ଓକିଲ ସଂଘର ମୋଟ ୫୦ ଜଣ ସଦସ୍ୟ ସେମାନଙ୍କର ମତଦାନ କରିବେ। ଏହି ନିର୍ବାଚନରେ ୨୫ ଜଣ ସଦସ୍ୟଙ୍କୁ ଆଇନଜୀବୀମାନେ ନିଜ ନିଜର ପ୍ରଥମ, ଦ୍ଵିତୀୟ ତୃତୀୟ ପସନ୍ଦ ମୁତାବକ ଭୋଟ ଦେଇଛନ୍ତି। ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିବା ଏହି ନିର୍ବାଚନରେ ମୋଟ 85 % ମତଦାନ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More