କଟକ ସହିଦ ଭବନରେ କମିଶନରେଟ ପୋଲିସ ତରଫରୁ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ସହିଦ ଭବନରେ କମିଶନରେଟ ପୋଲିସ ତରଫରୁ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ ପୂଜା କମିଟି ସହିତ ଶାନ୍ତି କମିଟି ସଭାପତି ସମ୍ପାଦକଙ୍କ ସହିତ ପୋଲିସ କମିଶନର ଯୋଗ ଦେଇ ଆସନ୍ତା ଦୁର୍ଗା ପୂଜାକୁ ସରସ ସୁନ୍ଦର ଆଉ ଶୃଙ୍ଖଳିତ ଭାବରେ ଶେଷ କରିବା ପାଇଁ ବିଶଦ ଆଲୋଚନା କରାଯାଇଥିଲା । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ମେଢ଼ ମାନଙ୍କୁ ସମ୍ବର୍ଦ୍ଧିତ କରିବ କମିଶନରେଟ ପୋଲିସ ।ପ୍ରତେକ ପୂଜା ମଣ୍ଡପ ତରଫରୁ ନିଜ ନିଜ ଥାନା ସ୍ତରରେ ପୂଜା ନିମନ୍ତେ ଅନୁମତି ପାଇଁ ଆବେଦନ କରିପାରିବେ । ରାତି ୧୨ ପର୍ଯ୍ୟନ୍ତ ସାଂସ୍କୃତିକ କାଯ୍ୟକ୍ରମ ପାଇଁ ଅନୁମତି ସମ୍ବନ୍ଧରେ ବିଚାର କରିବ କମିଶନର ପୋଲିସ । ଚଳିତ ବର୍ଷ ଭସାଣି ରେ ସମସ୍ତ ମେଢ଼ରେ ଲାଗିବ ଜିପିଏସ । କଣ୍ଟ୍ରୋଲ ରୁମ ଟ୍ରାକିଂ କରି ନଜର ରଖିବ ମେଢ଼ର ଗତି ବିଧି ଉପରେ । ପୋଲିସ ପବ୍ଲିକ ସହଭାଗିତାରେ ସହରରେ ୨୦୦ ରୁ ଅଧିକ ସିସିଟିଭି ଲାଗିଥିବା ବେଳେ ପୂଜା ପୂର୍ବରୁ ଆହୁରି ଅଧିକ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରୁଛି କମିଶନରେଟ ପୋଲିସ । ଚଳିତ ବର୍ଷ ପୂଜା ଶୃଙ୍ଖଳା ରେ ସମାପ୍ତ କରିବାକୁ କଟକ ବାସୀଙ୍କୁ ଅନୁରୋଧ କଲେ ପୋଲିସ କମିଶନର । ଭାଇଚାରା ଅକ୍ଷୁର୍ଣ୍ଣ ରଖିବା ସହିତ ପରମ୍ପରା ବଜାୟ ରଖିବାକୁ ଅନୁରୋଧ କଲା ଶାନ୍ତି କମିଟି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More