କଟକ ମାଲଗୋଦାମରୁ ନକଲି ଗ୍ରୋସରୀ ସାମଗ୍ରୀ ଜବତ

18

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ମାଲଗୋଦାମରୁ ନକଲି ଗ୍ରୋସରୀ ସାମଗ୍ରୀକୁ ଜବତ କରିଛି ମାଲଗୋଦାମ ଥାନା ପୋଲିସ୍। ଏହି ଗୋଦାମରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ବହୁ ପୁର୍ବରୁ ଅଭିଯୋଗ ହୋଇ ଆସୁଥିଲା। ତେବେ ବିଶେଷ ସୁତ୍ରରୁ ଖବର ପାଇ ଏ ସି ପି ଅମରେନ୍ଦ୍ର ପଣ୍ଡା ଏବଂ ଆଇ ଆଇ ସି ରବି ନାରାୟଣ ଭଞ୍ଜ ତାଙ୍କ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଅତର୍କିତ ଭାବେ ଗୋଦାମ ଉପରେ ରେଡ୍ କରିଥିଲେ। ରେଡ୍ ସମୟରେ ବିପୁଳ ପରିମାଣରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ,ଜିରା,ଧନିଆ,ବିଭିନ୍ନ ପ୍ରକାର ମସଲା ଗୁଣ୍ଡ ଆଦି ଅପମିଶ୍ରିତ ସାମଗ୍ରୀ କୁ ଜବତ କରିଛି ପୋଲିସ୍। ଏହିସବୁ ସାମଗ୍ରୀ ମାଲଗୋଦାମ ସମେତ ଅନ୍ୟ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଥିବାର ଖବର ପାଇଛି ପୋଲିସ୍ । ଜବତ ସାମଗ୍ରୀର ମୁଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଘଟଣାରେ ଦୁଇ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ମାଲଗୋଦାମ ଥାନା ପୋଲିସ୍। କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More