କଟକ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ଆଜି କଟକ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର, ଏହା ପୂର୍ବରୁ ବ୍ରହ୍ମପୁର ଏସ୍ପି ଥିଲେ। ୨୦୧୧ ମସିହା ଆଇପିଏସ ପାଇଥିବା ଶ୍ରୀ ମିଶ୍ର ବହୁ ଜାଗାରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଦାୟିତ୍ଵ ପୂର୍ବରୁଏକ ସାମ୍ବାଦିକ ସମିଳନୀରେ କହିଲେ କଟକ ଏକ ଭାଇ ଚାରାର ସହର, ଏଠାରେ ବିଭିନ୍ନ ପ୍ରକାରର ପୂଜା ପର୍ବ ସବୁ ପାଳିତ ହୁଏ। ପୂର୍ବ ଭଳି 0 କ୍ରାଇମ ସହରରେ ଜାରି ରହିବ,ଏବଂ ଡ୍ରଗ୍ସ ଉପରେ ମଧ୍ଯ ଚଢଉ ଜାରି ରହିବ। ଟ୍ରାଫିକ୍ ସମସ୍ୟା ମଧ୍ଯ ଦେଖିବାକୁ ହେବ। ପୁରୁଣା ସହର ଥିବାରୁ ଏଠାରେ ଟ୍ରାଫିକ୍ ସମସ୍ୟା ଲାଗି ରହିବ ତାହାକୁ ସମାଧାନ କରିବାକୁଚେଷ୍ଟା କରିବି। ସାଇବର କ୍ରାଇମ ରୋକିବାକୁ ଅଧିକ ଗୁରୁତ୍ବ ଦିଆଯିବ।ସବୁ ବେଳେ ସରକାରଙ୍କ 5ଟି ଅନୁଯାଇ କାମ ହେବ। ନିଶ୍ଚୟ ମୋ ଅଫିସର ଙ୍କ ସହିତ ବସି ମୁଁ ସବୁ ବିଷୟରେ ଆଲୋଚନା କରି ସହରରେ ଶାନ୍ତି ଶୃଙ୍ଖଳା ପାଇଁ କାମ କରିବି ବୋଲି ମୋର ଆଶା। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More