କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାଇଁଶୋ ପଂଚାୟତରେ ନବନିର୍ବାଚିତ ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର ଓ ସମିତିସଭ୍ୟ ତହିଦ ଖାଁଙ୍କ ନେତୃତ୍ୱରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ଇଫତାର ପାର୍ଟି ଆୟୋଜନ କରାଯାଇଥିଲା।ପୂର୍ବରୁ ଅନ୍ୟସ୍ଥାନରେ ଆୟୋଜନ ହେଉଥିଲା ବେଳେ ଚଳିତ ବର୍ଷ ପ୍ରଥମ କରି ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ହିନ୍ଦୁ ମୁସଲିମ ସମ୍ପ୍ରଦାୟର ଲୋକମାନେ ନିଜ ନିଜ ମଧ୍ୟରେ ଭାଇଚାରାର ମନୋଭାବ ନେଇ ସଭାରେ ଯୋଗଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ନିଆଳି ବିଧାୟକ ପ୍ରଫେସର ଡା.ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇ ଉଦବୋଧନ ଦେଇଥିଲେ।ସମ୍ମାନୀୟ ଅତିଥି ଭାବେ 33 ନମ୍ବର ଯୋନ ଜିଲ୍ଲାପରିଷଦ ପ୍ରଦୀପ କୁମାର ଭୋଇ ଯୋଗଦେଇଥିଲେ।ମୋବି ମୌଲବୀ ଆବୁ ଜାଫର ଇଦ ଏବଂ ଇଫତାର ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।ସାଇଁଶୋ ପଂଚାୟତର ଉଭୟ ସମ୍ପ୍ରଦାୟର ସମସ୍ତ ମୁରବୀମାନେ ଉକ୍ତ ଇଫତାର ପାର୍ଟିରେ ଯୋଗଦେଇଥିଲେ।ସଭାର ସଭାପତିତ୍ୱ ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର କରିଥିଲେ।ନୁର ଖାଁ,ପ୍ରତାପ ପାତ୍ର,ଟୁକୁନ ,ମୁସ୍ତାକିମ ମହମ୍ମଦ, ରମଣୀ ଖାଁ,ମୋବିନ ଖାଁ,ତୁଷାର ଜେନା,ସମସ୍ତ ୱାର୍ଡ ମେମ୍ବର, ନ୍ୟାବସରପଞ୍ଚ ଏବଂ ସମସ୍ତ ପଂଚାୟତବାସୀ ସଭାଟିକୁ ପରିଚାଳନା କରିଥିଲେ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।