କଟକ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଙ୍ଘ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

19

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଙ୍ଘ ପକ୍ଷରୁ କଣ୍ଟାପଡା ବ୍ଲକ ବାଗଲପୁର ପଂଚାୟତ ଦକ୍ଷିଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ କଟକ ଜିଲ୍ଲା, ଜଗତସିଂହପୁର, ଓ ଖୋର୍ଦ୍ଧା ଜିଲ୍ଲାର ଶତାଧିକ କୁକୁଡ଼ା ଫାର୍ମ ମାଲିକ ଓ ଚାଷୀ ସଭାରେ ଯୋଗଦେଇଥିଲେ।କୁକୁଡ଼ା ଚାଷୀ ମହାସଂଘ ର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ନୀଳାଞ୍ଚଳ ପରିଡା ସଭାରେ ଉପସ୍ଥିତ କୁକୁଡ଼ା ଚାଷୀମାନଙ୍କୁ ଉଦବୋଧନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସଭାରେ କଟକ ଜିଲ୍ଲା କୁକୁଡ଼ା ଚାଷୀ ମହାସଂଘ ସଭାପତି ଅଶ୍ୱିନୀ କୁମାର ରାଉତରାୟ, ଉପସଭାପତି ନାରାୟଣ ସାହୁ,ସମ୍ପାଦକ ପ୍ରମୋଦ କୁମାର ସ୍ୱାଇଁ,କୋଶାଧକ୍ଷ ଚିତ୍ତରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ।ଜିଲ୍ଲା ସଂଯୋଜକ ବଳରାମ ସାମନ୍ତରାୟ ଓ ତୃପ୍ତିରଞ୍ଜନ ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ।ସରକାରଙ୍କୁ ଅନୁରୋଧ କରିଛନ୍ତି କି କୁକୁଡ଼ା ଚାଷୀମାନଙ୍କର ଦାବି ପୁରଣ କରିବା ଦିଗରେ ଦୃଷ୍ଟିପାତ କରନ୍ତୁ ନହେଲେ ସମସ୍ତ କୁକୁଡ଼ା ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More