କଟକ ଜିଲ୍ଲାର ନିଆଳିରେ ବନ୍ୟା ସ୍ଥିତର ସମୀକ୍ଷା ପାଇଁ ପହଞ୍ଚିଲେ କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନି

24

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲାର ନିଆଳିରେ ବନ୍ୟା ସ୍ଥିତର ସମୀକ୍ଷା ପାଇଁ ପହଞ୍ଚିଲେ କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନି । କାଠଯୋଡ଼ିର ଶାଖା ନଦୀ ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ନିଆଳି ବ୍ଳକର ଅନେକ ସ୍ଥାନର ନଦୀ ବନ୍ଧରେ ଘଳିଆ ସୃଷ୍ଟି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକ କିଛି ମାତ୍ରାରେ ଆତଙ୍କିତ ହୋଇ ପଡିଛନ୍ତି। ବିଶେଷ କରି ଦେବୀ ନଦୀ ବନ୍ଧ ସବୁଠାରୁ ଦୃବଳ ଥିବା ସ୍ଥାନ କଣ୍ଟିଶାଳ ଓ ପାରିମାଳ ରେ ଜିଲାପାଳ ବୁଲିଦେଖିବା ସହ ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏଥି ସହିତ ବନ୍ୟା ସ୍ଥିତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ନିଆଳି ବିଡ଼ିଓ, ନିଆଳି ତହସିଲଦାର,ନିଆଳି ଜଳ ନିର୍ବାହୀ ଅଧିକରୀଙ୍କ ସହିତ ଆଲୋଚନା କରିଛନ୍ତି ଜିଲ୍ଲାପାଳ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More