କଟକ ଜିଲ୍ଲାରେ କୋଭିଡ୍ ୧୯ ପରିଚାଳନା ତଥ୍ୟ ପ୍ରଦାନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ

36

Get real time updates directly on you device, subscribe now.

କଟକ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲାରେ କୋଭିଡ୍ ୧୯ ପରିଚାଳନା ଆର ଟି ଆଇ ତଥ୍ୟ ପ୍ରଦାନରେ ମାସ ମାସ ଧରି ବିଳମ୍ବ ଏବଂ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛି କଟକ ଜିଲ୍ଲାର ସୂଚନା ଅଧିକାର ଅଭିଯାନ। ତଥ୍ୟ ମାଗିବାର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ନ ଦେବା ପଛରେ ବ୍ୟାପକ ଜାଲିଆତି ଓ ଲୁଟ୍ ହୋଇଥିବାର ବାସ୍ନା ବାରି ହୋଇ ପଡୁଛି । କେବଳ ବାଙ୍କୀ ଓ ଆଠଗଡ଼ର ତଥ୍ୟ ମିଳିଥିବା ବେଳେ ସେହି ତଥ୍ୟରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାରୀ କର୍ମୀ ଅଭିଯୋଗ ଆଣିଛନ୍ତି । ହେଲେ କଟକ ସହର ସମେତ ଅନ୍ୟ ବ୍ଲକ ଓ ପଂଚାୟତର କୋଭିଡ୍ -୧୯ର ଖର୍ଚ୍ଚର ହିସାବ ତଥ୍ୟ କାହିଁକି ପ୍ରଦାନ କରାଯାଉନି ବୋଲି ପ୍ରଶ୍ନ ଉଠାଇବା ସହ, ଖୁବ ଶୀଘ୍ର ଲୋକାୟୁତଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ସୂଚନା ଅଧିକାର ଅଭିଯାନ ପକ୍ଷରୁ କୁହାଯାଇଛି l ସୂଚନା ଥାଉକି ଗତ ୮।୫/୨୦ରେ ଜିଲ୍ଲାର ୧୪ଟି ବ୍ଲକ ଓ ୪ଟି ୟୁଲବିରେ ଚାଲୁଥିବା କ୍ଵାରଟାଇନି କେନ୍ଦ୍ରରେ କେତେ ଟଙ୍କା ଏବଂ କେଉଁ କେଉଁ ବାବଦରେ ଖର୍ଚ୍ଚ କରାଯାଇଛି ସେ ନେଇ ଯନୈକ ସୂଚନା ଅଧିକାର କର୍ମୀ କଟକ ଜିଲ୍ଲାପାଳଙ୍କୁ ସୂଚନା ଅଧିକାର ଆଇନ୍ରେ ତଥ୍ୟ ମାଗିଥିଲେ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More