କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଲକ ୩ ପାଳନ ନିମନ୍ତେ ସମୀକ୍ଷା ବୈଠକ

32

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନଲକ ୩ କୁ କିପରି ପାଳନ କରାଯିବ ସେ ନେଇ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା ।ଯେଉଁଥିରେ କୋଭିଡ ପରିଚାଳନା କମିଟି ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ଏବଂ ସୁଶାନ୍ତ ମହାପାତ୍ର ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକ ରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ,ଡିସିପି ପ୍ରତୀକ ସିଂ,ସିଡିଏମଓ ସତ୍ୟବ୍ରତ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ । କଟକ ଜିଲ୍ଲା ଏବଂ ସିଏମସି ଅଞ୍ଚଳ ରେ କରୋନା ର ସ୍ଥିତି କିପରି ରହିଛି ଏବଂ ଆଗକୁ ପାଳନ ହେବାକୁ ଥିବା ଅନଲକ ୩ ବାବଦରେ ଏଥିରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ କୋଭିଡ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ବାରୋପ କରାଯାଇଥିଲା ।ଏବେ ସରକାର ପୋଷ୍ଟ ଗ୍ରାଜୁଏଟ ଡାକ୍ତର ମଧ୍ୟ ନିଯୁକ୍ତ କରିଛନ୍ତି ଡାକ୍ତରଙ୍କ ଅଭାବକୁ ପୂରଣ କରିବା ପାଇଁ ।ତାହା ଉପରେ ଆଲୋଚନା କରାଯାଇଥିଲା । ଟେଷ୍ଟିଂ,ଟ୍ରେସିଂ ଆଉ ଟ୍ରିଟମେଣ୍ଟ ଉପରେ ଭଲଭାବେ ଏଥିରେ ଆଲୋଚନା ହୋଇଛି ।ଅନଲକ-୩ ଅନୁସାରେ ଏହାର ଗାଇଡ ଲାଇନକୁ କିଭଳିଭାବେ ପାଳନ କରାଯିବ ତାହା ଉପରେ ଏଥିରେ ଆଲୋଚନା କରାଯାଇଥିଲା । କାରଣ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ ସୌରଭ ଗର୍ଗ । କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More