କଟକ (ସଂଘର୍ଷ ମିଡିଆ) : – କଟକର ଐତିହାସିକ ବାଲିଯାତ୍ରା ସୋମବାର ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଲୋକଙ୍କ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଥିଲା । ଐତିହାସିକ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗବଦେଇଥିଲେ ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ କଟକ ସହର ଭାଇଚାରା, କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରାଣକେନ୍ଦ୍ର କଟକସହର ଯାହାର ଏକ ସ୍ୱତନ୍ତ୍ର ବାଣିଜ୍ୟିକ ପ୍ରସିଦ୍ଧି ରହିଛି । କଟକର ବାଲିଯାତ୍ରା ନୌବାଣିଜ୍ୟ ପରମ୍ପରାକୁ ନେଇ ବହୁ ବର୍ଷରୁ ଆୟୋଜନ ହୋଇଆସୁଛି ବୋଲି ସେ କହିଥିଲେ ।ଏହି ଅବସର ରେ ଅର୍ଥମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତ ମୂଳକ ଯୋଜନା ଉପରେ ଆଲୋକପାତ ମଧ୍ୟ କରିଥିଲେ । ଜିଲ୍ଲାପାଳ ନରହରି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କଟକ ସାଂସଦ ଭର୍ତ୍ତୃହରି ମହତାବ । ବାଲିଯାତ୍ରା ଉତ୍କଳୀୟ ବାଣିଜ୍ୟିକ ପରମ୍ପରା ର ଏକ ମହାନ ପରମ୍ପରା ବୋଲି ସେ ମତବ୍ୟକ୍ତ କରିଥିଲେ ।ଏଥିରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମେତ ବହୁ ବିଧାୟକ ଉପସ୍ଥିତ ଥିଲେ । ଅତିଥିଗଣ ଉଦଘାଟନୀ ଉତ୍ସବ ଅବସର ରେ ବାଲିଯାତ୍ରା ର ଏକ ସ୍ମରଣିକା ଉନଚନ ହୋଇଥିଲା । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।