କଟକରେ ଦୁଲୁକିଲା ଖୁଦୁରୁକୁଣୀ ଭଶାଣି ପର୍ବ

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ବିଗତ ଦୁଇ ବର୍ଷହେବ କୋଭିଡି କଟକଣା ପାଇଁ ପୂଜାପାର୍ବଣ ଓ ଭାଷାଣି ସରକାରଙ୍କ ପକ୍ଷରୁ କଡାକଡ଼ି ଥିବାବେଳେ ଚଳିତବର୍ଷ କୋହଳହେବାପରେ ଜୋରଦାର ଚାଲିଛି ପୂଜାପାର୍ବଣ ଓ ଭାଷାଣି। କଟକଜିଲ୍ଲା ଜଗତପୁରଥାନା ପୀରବଜାର ମେଲଣ ପଡ଼ିଆରେ ଜମୁଛି ମା ଖୁଦୁରୀକୁଣୀଦେବୀଙ୍କ ଭାଷାଣି। ମା ଖୁଦୁରୁକୁଣୀ ଯାତ୍ରା କମିଟି ପୀରବଜାର ପକ୍ଷରୁ ଖଲିଫାସହି, ଭାଗବତସହି, ବାରିକସହି, ମଙ୍ଗଳାସାହି, ଖରଦାସହି, ସାମଲସହି, ପାଟରସହି, ଅଣ୍ଡେଇସହି, କଣିବଟି, ସ୍ଥାନପତି ମେଢ଼ ଗୁଡିକ ପଡ଼ିଆରେ ଏକତ୍ରିତହେବାପରେ ରାତ୍ରିଜାଙ୍କ ଚାଲେ ମେଲଣ। ଏହି ମେଲଣ ରାତ୍ରିଜାଙ୍କ ଚାଲିବାପରେ ପୂର୍ବଦିନ ମା ଖୁଦୁରୁକୁଣୀ ଦେବୀଙ୍କ ବିସର୍ଜନ ହୋଇଥାଏ। ମେଲଣ ପଡ଼ିଆ ଦୋକାନ ବଜାରରେ ଭରପୁର ହୋଇଉଠିଥାଏ। ଭଳିକିଭଳି ବାଜାବାଣ ରୋଷଣୀରେ ମେଲଣପଡିଆ କମ୍ପିଉଠିଥାଏ। ମେଲଣ ଦେଖିବାପାଇଁ ଆଖପାଖ ଅଞ୍ଚଳର ଲୋକମାନେ ଭିଡ଼ ଜମାଇଥାନ୍ତି। ଏହି ମେଲଣରେ ମୁସଲମାନଭାଇ ମାନଙ୍କ ପୁର୍ଣ୍ଣ ସହଯୋଗରେ ଆଜକୁ ୧୦୦ବର୍ଷରୁ ଉର୍ଦ୍ଧ ହେବ ଅନୁଷ୍ଠିତ ହୋଇଆସୁଛି। ମେଲଣଟି ଏହି ଅଂଚଳରେ ମୁସଲମାନ ଓ ହିନ୍ଦୁଭାଇମାନଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ସୃଷ୍ଟି କରିଥାଏ। ମା ଖୁଦୁରୁକୁଣୀଙ୍କ ଭାଷଣୀଙ୍କୁ ଶାନ୍ତିଶୃଙ୍ଖଳା ପାଇଁ ଜଗତପୁର ପୋଲିସ ପକ୍ଷରୁ ସମସ୍ତପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More