କଟକରେ ଓଡିଶା ପୋଲିସର ୮୯ତମ ପ୍ରତିଷ୍ଠା ଦିବସ ପାଳିତ

100

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକରେ ଓଡିଶା ପୋଲିସର ୮୯ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପୋଲିସ ଡିଜି ଅରୁଣ ଷଡଙ୍ଗୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହା ପରେ ଆୟୋଜିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପରେଡ୍ ପରେ ବିଭିନ୍ନ ସ୍ଥାନରେ ନିୟୋଜିତ ଥିବା ଏସଓଜି ଯବାନ୍ ଓ ପୋଲିସ୍ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବୋଧିତ କରି ପୋଲିସ୍ ଲୋକାଭିମୁଖି ହୋଇ କାର୍ଯ୍ୟ କରିବାକୁ ପୋଲିସ୍ ଡିଜି ଆହ୍ବାନ ଦେଇଥିଲେ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ୍ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More