କଙ୍ଗାରୁ କୋର୍ଟରେ ବଡ଼ଓରା ଗ୍ରାମର ଅସହାୟ ପରିବାର

19

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲ୍ଲା ବଡାଲ ପଞ୍ଚାୟତ ଗଡ଼ିଶାଗୋଦା ଥାନା ଅଧିନରେ ର ବଡ଼ଓରା ଗ୍ରାମ ର ଶରତ କୁମାର ସାହୁଙ୍କ ପରିବାର କୁ ୨ମାସ ରୁ ଉର୍ଦ୍ଧ ହେବ ଗାଁ ରୁ କରାଯାଇଛି ସାମାଜିକ ବାସନ୍ଦ । ଶରତ କୁମାର ସାହୁଙ୍କ ପରିବାର ବର୍ତ୍ତମାନ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପରିବାର ସଦସ୍ୟ କୁ ମନ୍ଦିର ଯିବାରୁ ବଞ୍ଚିତ ହେବା ସହ ତାଙ୍କ ଝିଅ ଙ୍କ ଖୁଦୁରୁକୁଣୀ ଓଷା ଭୋଗ ଲଗାଇବା ଓ ବ୍ରତ ବନେଇବାରେ ମଧ୍ୟ ଲାଗିଥିଲା ରୋକ ।ଘରେ ଥିବା ଗୋରୁ/ ଗୋମାତା ଙ୍କ ପାଇଁ ଗାଁ ମନ୍ଦିର ରୁ ପେଜ ଆଣିବାକୁ ବାରଣ କରାଗଲା । ବୁଧେଇ ଓଷା ପାଳିବା ବେଳେ ଭୋଗ ପୂଜା ପାଇଁ ମଧ୍ୟ ପୂଜକ କୁ କରାଗଲା ବାରଣ ।ଷୋଳପୂଜା ବେଳେ ଗାଁ ଠାକୁରାଣୀ ଙ୍କ ନିକଟରେ ତାଙ୍କ ପାରମ୍ପରିକ ପୂଜାବିଧି କୁ ମଧ୍ୟ ରୋକ ଲଗାଗଲା ।ସବୁଠାରୁ ବଡ଼ କଥା ହେଲା ଗାଁ ରେ ଥିବା ସଉଦା ଦୋକାନ ରୁ ଦୈନନ୍ଦିନ ବ୍ୟବହାର ସାମଗ୍ରୀ କିଣିବା ରୁ ବଞ୍ଚିତ ଓ ଗତମାସ 30ତାରିଖରେ ସାହୁଙ୍କ ପରିବାର ର ଜଣେ ଆତ୍ମୀୟଙ୍କ ଶେଷକୃତ୍ୟ ବେଳେ ଗାଁ ସ୍ମଶାନ କୁ ଯିବା ପାଇଁ ମଧ୍ୟ ବାରଣ ।
ଶରତ କୁମାର ସାହୁଙ୍କ ପତ୍ନୀ ସୁଷମା ସାହୁ ଏହି ସବୁ ବାବଦ ରେ ପୋଲିସ ନିକଟରେ ଅଭିଯୋଗ କରିଲେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ସେ କହିଛନ୍ତି ଓ ପୁରୀ ଯାଇ ଏସ୍ପି ଙ୍କ ନିକଟରେ ନ୍ୟାୟ ପାଇବା ନିମନ୍ତେ ଭିକ୍ଷା କରିଛନ୍ତି ।
ଏ ସବୁ ପାଇଁ ସୁଷମା ଦାୟୀ କରିଛନ୍ତି ତାଙ୍କ ଗାଁ ର ସରପଞ୍ଚ ପ୍ରେମିନି ଲେଙ୍କାକୁ ଯିଏ ହେଉଛନ୍ତି ଘର ପଡୋଶୀ । ପୂର୍ବରୁ ସରପଞ୍ଚ ଙ୍କ ଘରକୁ 2 ପାର୍ଶ୍ୱ ରୁ ରାସ୍ତା ଥିବା ବେଳେ ବର୍ତ୍ତମାନ ଶରତ କୁମାର ସାହୁ ଘର ନିର୍ମାଣ ଯୋଗୁ ଗୋଟେ ରାସ୍ତା ହୋଇଯାଇଛି ଯାହାଫଳରେ ଏହି ବିବାଦ ଉପୁଜିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More