ନରସିଂହପୁର(ସଂଘର୍ଷ ମିଡିଆ) :- ଏବେ ବି କଙ୍ଗାରୁ କୋର୍ଟ ଦଣ୍ଡ ବିଧାନ କରୁଛି । ଛଅ ପରିବାର ପକ୍ଷରୁ ଯୋଡୁମ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।ଏଭଳି ଏକ କୁସଂସ୍କାର ବିରୋଧୀ ଘଟଣା ଘଟିଛି କଟକ ଜିଲ୍ଲାର ନରସିଂହପୁର ବ୍ଲକ ଯୋଡୁମ ଥାନା ଅନ୍ତର୍ଗତ ସାନଗାଁ ଗ୍ରାମରେ। ଏହି ଗ୍ରାମରେ ପୂର୍ବରୁ ଆଠ ପରିବାରଙ୍କୁ ଅଟକ ରଖିଥିବାର ସୂଚନା ତେବେ ସୂଚନାନୁଯାୟୀ ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରାମରେ ଚୈତ୍ର ମାସରେ ଦଣ୍ଡ ନୃତ୍ୟ ହୋଇଥାଏ। ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତା ମନେ ଏହି କଥାରେ ଉତ୍ୟକ୍ତ ହୋଇ ଯଦି ପୁଅକୁ ନ ଆଣିବ ତେବେ ଗ୍ରାମରୁ ବାଛନ୍ଦ ରହିବା ସହିତ ନିଆଁ ପାଣି ବନ୍ଦ କରାଯିବ ବୋଲି କର୍ମକର୍ତ୍ତା ମାନେ ଧମକ ଦେଇଥିଲେ।ଉପାୟ ନ ପାଇ ମାର୍ଚ୍ଚ ମାସ ୧୧ ତାରିଖ ଦିନ ସ୍କୁଲକୁ ଯାଇ ପୁଅକୁ ଆଣି ୧୨ ତାରିଖ ଦିନ ଗ୍ରାମ ପେଣ୍ଡାଲରେ ହାଜର କରିଥିଲି। ତା ପରେ କେଉଁ ଚରିତ୍ରରେ ଅଭିନୟ କରିବୁ ବୋଲି କର୍ମକର୍ତ୍ତା ମାନେ ପୁଅକୁ ପଚାରି ଥିଲେ। ସେଥିରେ ସେ ଅଭିନୟ କରିବାକୁ ଅନିଚ୍ଛା ପ୍ରକାଶ କରିବାରୁ ପର ଦିନ ତାକୁ ନେଇ ବିଦ୍ୟାଳୟରେ ଛାଡି ଦେଇ ଆସିଥିଲି।ଏହାପରେ ଗତ ୧୬ତାରିଖ ସକାଳ ପ୍ରାୟ ୭ଟା ସମୟରେ ଗ୍ରାମର କିଛି ଲୋକେ ଏହି ପରିବାରକୁ ଗ୍ରାମରୁ ବାଛନ୍ଦ ରହିବା କଥା ଖବର ଦେଲେ। ଏନେଇ ଯୋଡୁମ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହେଉଛି ।ତେବେ ଆଜି ପୁଣି ଛଅ ପରିବାର ନରସିଂହପୁର ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ତହସିଲି ଦାର ଯୋଡୁମୁ ଥାନା ଅଧିକାରୀଙ୍କୁ ତାଗିଦ କରିଥିବାର ସୂଚନା ମିଳିଛି ।ସେପଟେ ଥାନା ଅଧିକାରୀ ତୁରନ୍ତ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।ଏ ଭଳି ଘଟଣା ସାନ ଗାଁରେ ଦିନକୁ ଦିନ ବଢ଼ିବାରେ ଲାଗିଛି ।ସେପଟେ ପ୍ରଶାସନ ଚୁପ ରହିବା ଫଳରେ ଗ୍ରାମର ସଭାପତିଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ।