କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : କେନ୍ଦ୍ରାପଡା ବ୍ଲକର କଂସାର ପଞ୍ଚାୟତ ରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବ୍ଲକର ବିଡ଼ିଓ ଅଶୋକ କୁମାର ମହାନ୍ତି ଯୋଗ ଦେଇଥିଲେ ।ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ରେ ୮ ଗୋଟି ମହିଳା ମଣ୍ଡଳ କୁ ସ୍ବାବଲମ୍ବୀ ପାଇଁ ୪ ଲକ୍ଷ ଟଙ୍କା ର ଋଣ ପ୍ରଦାନ କରାଯାଇଛି । ଏହା ସହିତ ରାସନ କାର୍ଡ ରେ ବଞ୍ଚିତ ଲୋକଙ୍କୁ ଯଥାଶୀଘ୍ର ରାସନ ଯୋଗାଇ ଦିଆଯିବା ସହିତ ୪ ଶହ ରୁ ଉର୍ଦ୍ଧ୍ବ ଅଭିଯୋଗ ପତ୍ର ପଲ୍ଲୀରେ ପ୍ରଶାସନ ରେ ଆସିଥିବା କହିଛନ୍ତି ସରପଞ୍ଚ ସରୋଜିନୀ ନାୟକ । ଆଧାର ଲିଙ୍କ୍ , ସ୍ବାସ୍ଥ୍ୟ ବିଭାଗ, ମସ୍ୟା ବିଭାଗ, ଏପରି ଅକାଧିକ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି ।