କଳାହାଣ୍ଡି (ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କୋକସରା ଠାରେ ଥିବା ଓମ୍ଫେଡ଼ ଦୁଗ୍ଧ ସଂଗ୍ରହ କେନ୍ଦ୍ର ରେ କଂପ୍ରେସର ମରାମତି ସମୟରେ ଗ୍ୟାସ ଲିକେଜ ହୋଇ ୩ ଗୁରୁତର । ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତାରେ ଗ୍ୟାସ ଆୟତ୍ତ ସହ ୩ ଗୁରୁତର ଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି । ୩ ଜଣ ମେକାନିକ ବଲାଙ୍ଗୀର ଜିଲ୍ଲାର ବୋଳି ଜଣାପଡିଛି। ସୁଚନା ଅନୁସାରେ କୋକସରା ଓମ୍ଫେଡ଼ ଦୁଗ୍ଧ ଶୀତଳ କରଣ କେନ୍ଦ୍ରରେ ଲିକେଜ ଥିବା ପାଇପକୁ ମରାମତି କରିବା ସମୟରେ ସିଲିଣ୍ଡର ଗ୍ୟାସ ରୁ ଲିକେଜ ହୋଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଗ୍ୟାସ ଲିକେଜ କୁ ଆୟତ୍ତ କରିଛନ୍ତି । ବଲାଙ୍ଗୀର ରୁ ମରାମତି କରିବାକୁ ଆସିଥିବା ୩ ଜଣ ମେକାନିକ ଗୁରୁତର ହୋଇଛନ୍ତି ।ସେମାନଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ଭବାନୀପାଟଣା ହସ୍ପିଟାଲ କୁ ସ୍ଥାନାନ୍ତର କରାଯିବା ନେଇ ସୁଚନା ମିଳିଛି । ତେବେ ୩ ଗୁରୁତର ଯୁବକ ବଲାଙ୍ଗୀର ଜିଲ୍ଲା ବୋଲି ଜଣାପଡିଛି ।