କଂଗ୍ରେସ ତରଫରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

58

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – କଂଗ୍ରେସ ତରଫରୁ ଉତ୍କଳ ମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ; ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ,ସମାଜ ସଂସ୍କାରକ,ସାହିତ୍ୟିକ, ସାମ୍ବାଦିକ ତଥା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ପାଳନ କରାଯାଇଛି ।ଆଜି ତା 9/10/ 23 ରିଖ ସକାଳ 10ଘଟିକାରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତାଗଣ ଗୋପବନ୍ଧୁ ପାଲ୍ଲୀ ଠାରେ ସମବେତ ହୋଇ ପଣ୍ଡିତ ଜୀ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ଯାର୍ପଣ କରିଥିଲେ ।ପରେ ସକାଳ 10:30 ମିନିଟ୍ ସମୟରେ କଂଗ୍ରେସ କାର୍ଯ୍ୟାଳୟ ରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦେବବ୍ରତ ବିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ପିସିସି ସାଧାରଣ ସଂପାଦକ ବିରେନ ସେନାପତି, ପିସିସି ସଭ୍ୟ ରବି ରାୟ ଓ ସବିର ହୁସେନ ଓ ତୁଳସୀ ନାଗ, ଓବିସି ରାଷ୍ଟ୍ରୀୟ ସହସଂଯୋଯକ କୈଳାଶ ସାହୁ, ପିସିସି ସାଧାରଣ ସଂପାଦକ ପ୍ରବୋଧ ଦାସ, ବରିଷ୍ଠ ନେତା ଗଣେଶ ପ୍ରଧାନ ମହିଳା ସଭାନେତ୍ରୀ ନିରୂପମା ବଳୀୟାର ସିଂହ, ଯୁବ କଂଗ୍ରେସ ସାଧାରଣ ସଂପାଦକ ପ୍ରଦିପ ବେହେରା ,ସେବା ଦଳର ବୁଲୁ ଦାସ ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ଜୀ ଙ୍କ ଫଟୋ ଚିତ୍ର ରେ ମାଲ୍ଯା ଅର୍ପଣ କରିବା ସହିତ ତାଙ୍କ ସ୍ମୃତି ଚାରଣ କରି ଥିଲେ ।ପଣ୍ଡିତ ଗୋପବନ୍ଧୁ ସେବା ଆଉ ତ୍ଯାଗ ର ମୂର୍ତ୍ତି ମନ୍ତ ପ୍ରତିକ ଥିଲେ ବୋଲି ନେତୃବୃନ୍ଦ ପ୍ରକାଶ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଲୋକଙ୍କ ସେବା ରେ ନିଜକୁ ନିୟୋଜିତ କଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞଳୀ ହେବ ବୋଲି ମତ ପ୍ରକାଶ କରିଥିଲେ ।ଶେଷରେ ରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ପ୍ରଦ୍ଯୁମ୍ନ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଉଭୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଖ୍ୟା ଲଘୁ ସଂପାଦକ ସଦାବ ଅହମ୍ମଦ, ଡିସିସି ସଂପାଦକ ପ୍ରତିମା ପାଣିଗ୍ରାହୀ, ଦିଲ୍ଲୀପ ଜେନା,ରାଜୁ ପ୍ରସାଦ,ବିପିନ ଠାକୁର,ସେକ୍ ସମିର ପ୍ରମୁଖଙ୍କ ସମେତ ଅନ୍ୟ କର୍ମ କରତା ମାନେ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More