କଟକ(ସଂଘର୍ଷ ମିଡିଆ) : ଓ.ଟି. ଏମ୍ ଶ୍ରମିକମାନଙ୍କର ବକେୟା ପ୍ରାପ୍ୟ ୧୫୦ କୋଟି ଟଙ୍କା ପ୍ରଦାନ ନିମନ୍ତେ ମାନ୍ୟବର ହାଇକୋର୍ଟ ନିକଟରେ ସରକାର ସତ୍ୟ ପାଠ ମାଧ୍ୟମରେ ଜଣାଇଛନ୍ତି। ମାନ୍ୟବର ହାଇକୋର୍ଟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଓ.ଟି. ଏମ୍ ଶ୍ରମିକ ଓ ଚୌଦ୍ୱାର ବାସୀ ଙ୍କ ତରଫରୁ କୃତଜ୍ଞତା ଜ୍ଞାପନ ଆଜି ଚୌଦ୍ୱାର ଟାଉନ୍ ହଲ୍ ଠାରେ କରାଯାଇଛି। ବିଜୁ ଜନତା ଦଳ ତରଫରୁ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଦ୍ଵାରା ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡା ସଭାପତିତ୍ବ କରିଥିଲେ। ଏହି ସଭା କାର୍ଯ୍ୟକ୍ରମରେ ଓ.ଟି. ଏମ୍ ଶ୍ରମିକ ପରିବାର ର ସମସ୍ତ ସଦସ୍ୟ ମାନଙ୍କ ସହ ଚୌଦ୍ୱାର ପୌର ଅଧ୍ୟକ୍ଷା ଶ୍ରୀମତି ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିଜେଡି ଜିଲ୍ଲା ଉପସଭାପତି ପ୍ରେମ ଚାନ୍ଦ ନାୟକ, ଏବଂ ସମସ୍ତ ପରିଷଦ ମାନେ ଉପସ୍ଥିତ ଥିଲେ। ଚୌଦ୍ୱାର ରୁ ରଞ୍ଜନ କୁମାର ସ୍ୱାଇଁ ଙ୍କ ରିପୋର୍ଟ ସଂଘର୍ଷ ନୀୟୁଜ୍।