ଓଡ଼ିସୋ ଗ୍ରାମର ମାଟିଆ ସମ୍ପ୍ରଦାୟର ଅନୁସୂଚିତ ଜନଜାତିଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିବାକୁ ଦାବୀ

19

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ): -ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଜଗତସିଂହପୁର ବ୍ଲକସ୍ଥ ଓଡିସ ପଂଚାୟତର ଓଡିସ ଗ୍ରାମର ଏଗାର ନମ୍ବର ୱାର୍ଡର ଆଦିବାସୀ ସାହିରେ ବସତି ସ୍ଥାପନ କରୁଥିବା ଅନୁସୂଚିତ ଜନଜାତି ମାଟିଆ ସମ୍ପ୍ରଦାୟର ଲୋକ ମାନଙ୍କୁ ଜାତିଗତ ପ୍ରମାଣ ପତ୍ର ତୁରନ୍ତ ପ୍ରଦାନ କରିବାକୁ ଜିଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ ଦାବୀ କରିଛନ୍ତି।ସଭାପତି ଶ୍ରୀ ଦାସ କହିଛନ୍ତି କି ଏହି ମାଟିଆ ସମ୍ପ୍ରଦାୟର ଲୋକ ମାନଙ୍କୁ କୁଜଙ୍ଗ ତହସିଲଦାର ଓ ଦେଭୋଗ ରେ ବାସକରୁଥିବା ମାଟିଆ ସମ୍ପ୍ରଦାୟର ଲୋକଙ୍କୁ ଜାତିଗତ ପ୍ରମାଣ ମିଳିଥିବାରୁ ଜଗତସିଂହପୁର ତହସିଲଦାର କଣ ପାଇଁ ଓଡିସ ଗ୍ରାମର ମାଟିଆ ସମ୍ପ୍ରଦାୟର ଲୋକଙ୍କୁ ଜାତିଗତ ପ୍ରମାଣ ପତ୍ର ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।ସେମାନଙ୍କୁ ଜାତିଗତ ପ୍ରମାଣ ପତ୍ର ନଦେବାରୁ ସେମାନଙ୍କ ପିଲାମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହେବା ସହ ଘରେ ଆସି ବସି ରହିଲେଣି।ତେଣୁ ଓଡିସ ଗ୍ରାମର ମାଟିଆ ସମ୍ପ୍ରଦାୟର ଲୋକମାନଙ୍କୁ ତୁରନ୍ତ ଜାତିଗତ ପ୍ରମାଣ ପତ୍ର ଦେବାକୁ ଜିଲାପାଳଙ୍କ ନିକଟରେ ଦାବିକରିଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More