ବଣାଇଁ(ସଂଘର୍ଷ ମିଡିଆ ) : ବଣାଇଁ ସହରସ୍ଥିତ ବଣାଇଁ ଗୋଷ୍ଠୀ ଉନ୍ନୟନ କାର୍ଯ୍ଯାଳୟ ପରିସରରେ ଓଡ଼ିଶା ପୃଷ୍ଟିଶଶ୍ୟା ମିଶନ୍ ତରଫରୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ ଯୋଗ ଦେଇଥିବା ବେଳେ ବଣାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟିତ୍ବରେ ଥିବା ପ୍ରଶାନ୍ତ କୁମାର ପଣ୍ଡା, ବରିଷ୍ଠ ଯନ୍ତ୍ରୀ ଶରତଚନ୍ଦ୍ର ହେମ୍ବ୍ରମ, ସହକାରୀ କୃଷି ଅଧିକାରୀ ଅଜୟ କୁମାର ମାହାନ୍ତି ଉପସ୍ଥିତ ରହିଥିଲେ।ଏଥିରେ ଉପସ୍ଥିତ ଥିବା ଚାଷୀଙ୍କୁ ମାଣ୍ଡିଆ ଚାଷ ସମ୍ପର୍କରେ ବିଭିନ୍ନ କୌଶଳ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନଜିଓ ସଂସ୍ଥା ଏସ.ଜି.ଓ.ପି. ସମ୍ପାଦକ ମାନସ କୁମାର ରାଉତ, ଏବଂ ପ୍ରଣମେଶ କର, କର୍ମକର୍ତ୍ତା ଭାବେ ଶିବାଜୀ ପ୍ରଧାନ, କେଶବ ଚନ୍ଦ୍ର ଦାସ, ଦେବ କୁମାର ମହାନ୍ତ, ସ୍ନେହଲତା ସ୍ଵାଇଁ, କୃଷି ବିଭାଗର ବରିଷ୍ଠ କୃଷି ଓଭରସିୟର ରଞ୍ଜନ କୁମାର ରାଉତରାୟ, ରଞ୍ଜନ କୁମାର ଦାଶ, ଦେବେନ୍ଦ୍ର ମହାପାତ୍ର, ଶୁଶାନ୍ତ କୁମାର ମାଟି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।
Get real time updates directly on you device, subscribe now.