କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) -: ରାଜ୍ୟରେ କୃଷି ସମୟ ନିର୍ବାଚନ ପ୍ରଥମ ପର୍ଯ୍ୟୟ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟୟ ପାଇଁ ସମବାୟ ଗୁଡିକ ସଜବାଜ ହେଉଥିବାର ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ଦୁଇ ଗୋଷ୍ଟି ମଧ୍ୟରେ ଛକା ପଞ୍ଝା ଦେଖିବାକୁ ମିଳିଛି । ଏହିପରି ପେକ୍ଷିରେ ଓସ୍ତପୁର କୃଷି ସମବାୟ 6ନଂ ଜୋନ ପାର୍ଥି ପ୍ରଦ୍ୟୁମ୍ନ ଜେନା ପ୍ରତିଦ୍ବନ୍ଦୀ ମାନଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ପ୍ରଥମେ ଚାଷୀକୁଳର ଉନ୍ନତି ମୋର ଲକ୍ଷ, କିପରି ଜଣେ ଚାଷୀ ଠିକ ସମୟରେ ଧାନ, ସାର, ବିହନ ପାଇପାରିବ ତାହା ମୁଖ୍ୟ ମୁଦ୍ଦା. ଏବଂ ପ୍ରକୃତ ମୁଦା ନେଇ ଲୋକ ମାନଙ୍କ ନିକଟରେ ପହଁଚୁଛି ବୋଲି ବିରୋଧୀ ଚିନ୍ତାରେ। ମୋତେ କିପରି ମିଛ ସତ କହି ବଦନାମ କରିବେ ତାହା ସେମାନଙ୍କ ପ୍ରମୁଖ ଏଜେଣ୍ଡା ହୋଇଛି, ପୁର୍ବରୁ ରବୀନ୍ଦ୍ର ପଣ୍ଡା ଓସ୍ତପୁର ସମବାୟ ସମିତିର ଦୁଇ ଦୁଇ ଥର ସଭାପତି ଓ ଦୁଇ ଥର ନିର୍ଦେଶକ ହୋଇଥିବା ବେଳେ ସମବାୟ କାନ୍ଥରେ ଥରକେ ବି ଚୂନ ଲାଗିନାହିଁ ସବୁଠାରୁ ହାସ୍ୟସ ପଦ କଥା ଏହିକିଯେ ସମବାୟରେ ଏପର୍ଯ୍ୟନ୍ତ emergency ପାଇଁ କୌଣସି ପାଇଖାନା ବ୍ୟବସ୍ଥା ମଧ୍ୟ ନାହିଁ । ଅଭିଯୋଗ ଅନୁସାରେ ସବୁଠାରୁ ବ୍ୟତିକ୍ରମ ବିଷୟ ଏହାଯେ ଆଠ ନମ୍ବର ଜୋନ ପାଇଁ ପାର୍ଥି ହୋଇଥିବା ନିର୍ମଳ ରଞ୍ଜନ ପତିଙ୍କ ଲୋକପ୍ରିୟତାକୁ ସହ୍ୟ ନକରିପାରି ହାରିବା ଭୟରେ ରବୀନ୍ଦ୍ର ପଣ୍ଡା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚଗୁଲୁ ବଗୁଲ ଗପୁଥିବାର ଦେଖିବାକୁ ମିଳିଛି ।6 ନଂ ଯୋନ ପାର୍ଥି ପ୍ରଦ୍ୟୁମ୍ନ ଜେନାଙ୍କୁ କହିବା କଥା ବିଗତ ଦିନ ମାନଙ୍କରେ ରବୀନ୍ଦ୍ର ପଣ୍ଡା ସଭାପତି ଥିବା ସମୟରେ ଚଞ୍ଚକତା କରି ନିଜ ଭାଇ, ବନ୍ଧୁ, ଦାଦା, ପୁତୁରା ନାଁରେ ସମବାୟରୁ ହଜାର ହଜାର କୁଇଂଣ୍ଟାଲ ଧାନ, ସାର, ବିହନ, ବିକ୍ରି କରି ବହୁ ସୁବିଧା ହାତେଇଥିବା ବେଳେ ଆଜି ସାମାଜିକ ଗଣମାଧ୍ୟମ ରେ ଲୋକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଶ୍ରୀ ଜେନାଙ୍କ କହିବା କଥା ଚାଷୀଙ୍କ ଧନ ଖାଇ କେହିବି କେବେ ବଡ ହୋଇନି ତେଣୁ ଚାଷୀ ସବୁ ବୁଝିସାରିଛନ୍ତି ସେମାନଙ୍କୁ କିଛିବି ବୁଝାଇବା ଆବଶ୍ୟକ ନାହିଁ । ଖାଲି 26 ତାରିଖରେ ମତ ଦାନ କରିବା ଓ ବାକି ରହିଲା ଆମର ବିଶ୍ୱାସ ଲୋକେ ଆମ ଉପରେ ବିଶ୍ୱାସ ପ୍ରକଟ କରିବେ ଓ ଆମେ ଦେଇଥିବା ସମସ୍ତ ପାର୍ଥି ଜିତାପଟ କରିବେ। କେନ୍ଦ୍ରାପଡ଼ାରୁ ବଳରାମ ବେହେରା ସଂଘର୍ଷ ନ୍ୟୁଜ ।