ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ଜଗତସିଂହପୁର ପକ୍ଷରୁ ଜିଲାର କାର୍ଯ୍ୟକାରିଣୀ ବୈଠକ ସଂଘର କାର୍ଯ୍ୟକାରି ସଭାପତି ଶରତ ଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲା ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ ଯୋଗଦେଇ ବିଗତ ବୈଠକର ବିବରଣୀ ସହ କେଉଁ କାର୍ଯ୍ୟ ସମାପନ ହୋଇଛି ତାକୁ କହିବା ସହ ଆଜି ବୈଠକ ର ଉଦ୍ଧେଶ୍ୟ ଜ୍ଞାପନ କରିବା ସହିତ ତାଙ୍କ ବକ୍ତବ୍ୟରେ କହିଥିଲେ ସରକାର ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି।ବହୁବର୍ଷ ଧରି ଅନୁଦାନ ପାଇବାକୁ ଅପେକ୍ଷା କରିଥିବା 177 ଯୋଗ୍ୟ ବିବେଚିତ ସ୍କୁଲକୁ ଅନୁଦାନ ପ୍ରଦାନ,ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ କୁ ସପ୍ତମ ବେତନ କମିଶନ ପ୍ରଦାନ ଇତ୍ୟାଦି ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି କହିଥିଲେ ଆସନ୍ତା ନଅ ତାରିଖ କ୍ରାନ୍ତି ଦିବସରେ ଜିଲା ସ୍ତରୀୟ ସ୍କୁଲ,କଲେଜ ଓ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବ। ଅଗଷ୍ଟ16 ତାରିଖ ଦିନ ଦାବି ଦିବସକୁ ଭୁବନେଶ୍ୱର ରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ।ଏହି ବୈଠକରେ ଜିଲାର ଉପଦେଷ୍ଟା ନିକୁଞ୍ଜ କିଶୋର ବେହେରା,ନିରଞ୍ଜନ ପଣ୍ଡା,ପୂର୍ବତନ ରାଜ୍ୟ ସମ୍ପାଦକ ବସନ୍ତ କୁମାର ଦାସ,ରାଜ୍ୟ ଓଷ୍ଟାର ଉପସଭାପତି ତଥା ଜିଲା ପ୍ରଭାରୀ ଅଧିକାରୀ ରାଧାକାନ୍ତ ଦାସ, ରାଜ୍ୟ ସମ୍ପାଦକ ଅତୁଲ ବିକ୍ରମ ପ୍ରଧାନ, ରାଜ୍ୟ କାର୍ଯ୍ୟ କାରୀ କମିଟି ସଭ୍ୟ ସ୍ମୃତିରଞ୍ଜନ ପରିଜା, ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ଦାସ,ଅମୂଲ୍ୟ କୁମାର ମିଶ୍ର, ଅନୀଲ କୁମାର ଜେନା,ବସନ୍ତ ମଞ୍ଜରୀ ଦାସ,ପଙ୍କଜିନି ନନ୍ଦ, କବି ପ୍ରତାପ କେଶରୀ ମହାପାତ୍ର ପ୍ରମୁଖ ବହୁ ଶିକ୍ଷକ ନେତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଜଗତସିଂହପୁର ବ୍ଳକ ସମ୍ପାଦକ ତ୍ରିଲୋଚନ ସାହୂ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।