ଓଷ୍ଟାର ପୁର୍ବତନ ରାଜ୍ୟ ସାଧାରଣ ସମ୍ପାଦକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

40

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଚର୍ଚିକା ବଜାର ସ୍ଥିତ ଓଷ୍ଟା ଭବନ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ପୁର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ନିଗମାନନ୍ଦ ପାଣିଗ୍ରାହୀଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ଓଷ୍ଟା ସଭାପତି ନିରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁର୍ବତନ ଜିଲ୍ଲା ସଭାପତି ନିରଞ୍ଜନ ପଣ୍ଡା, ପୁର୍ବତନ ସମ୍ପାଦକ ନିକୁଞ୍ଜ କିଶୋର ବେହେରା,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶରତଚନ୍ଦ୍ର ବାରିକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତିରଂଜନ ପରିଜା ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହୀ ଶିକ୍ଷକ ସମାଜର ଜଣେ ନିର୍ଭୀକ,ନିଃସ୍ୱାର୍ଥପର, ଦୃଢମନା ନେତୃତ୍ୱ ରୂପେ ଆଖାୟିତ ସହ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନରେ ତାଙ୍କର ବଳିଷ୍ଠ ଦିଗଦର୍ଶନ ପ୍ରକୃତରେ ଅବିସ୍ମରଣୀୟ ବୋଲି ବର୍ଣନା କରିଥିଲେ। ଜିଲା ଓଷ୍ଟା ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏହି ସଭାରେ ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ଦାସ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଅନୀଲ କୁମାର ଜେନା,ଉପସଭାପତି ବସନ୍ତମଞ୍ଜରୀ ଦାସ, ଶିକ୍ଷକ ଅଜିତ କୁମାର ଲେଙ୍କା,ଦେବାଶିଷ ଲେଙ୍କା,ରଂଜନ କୁମାର ମିଶ୍ର, ହିମାଂଶୁ ଶେଖର ମହାନ୍ତି, ମନ୍ଦର ଧର ସ୍ୱାଇଁ, ସୁକାନ୍ତ କୁମାର ଲେଙ୍କା ପ୍ରମୁଖ ଶିକ୍ଷକ ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥି ସହ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୂଖାର୍ଜୀ, ଶିକ୍ଷକ ମନୋଜ କୁମାର ଗୋଛୟତଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରାଯାଇ ଏହି ଦିବଙ୍ଗତ ବ୍ୟକ୍ତିତ୍ୱଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More