କେନ୍ଦ୍ରାପଡା(ସଂଘର୍ଷ ମିଡିଆ) -: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବିରସ୍ଵତି UP ପ୍ରାଥମିକ ବିଦ୍ୟାଳୟରେ ଘଟିଛି କୁନି ଛାତ୍ର ଦୁର୍ଗା ପ୍ରସାଦ ଜେନାଙ୍କ ଦାଦାଗିରି । ହଁ ଆଜ୍ଞା ଦାଦା ଗିରି ମାନେ ସ୍କୁଲରେ ଶିକ୍ଷୟତ୍ରୀଙ୍କ ନାକରେ ଦମକରି ରଖିଛନ୍ତି ଏହି କୁନି ଛାତ୍ର ଦୁର୍ଗା ପ୍ରସାଦ ଜେନା ନାମକ ଛାତ୍ର । ସୂଚନା ମୁତାବକ ସ୍କୁଲରେ ଦୁର୍ଗା ପ୍ରସାଦ ବିଭିନ୍ନ ପିଲାମାନଙ୍କୁ ମାଡ ମାରିବା ଠାରୁ ଆରମ୍ଭ କରି ମଧ୍ୟାନ ଭୋଜନ ସମୟରେ ଖାଦ୍ୟ ନିମ୍ନ ମାନର କହି ଦିଦିଙ୍କ ଉପରକୁ ଥାଳି ଫିଙ୍ଗିବା ଓ ସ୍କୁଲରେ ନିଜ ଭଉଣୀର ତଣ୍ଟି ଚିପିବା ଭଳି ବଦମାସୀ ଦିନକୁ ଦିନ ବଢିବା କାରଣରୁ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ରତ୍ନଗିରି ପଣ୍ଡା ସ୍କୁକର ଏକ ପିଟିଏ ବୈଠକ ଡାକିଥିଲେ । ଯେଉଁଥିରେ ସ୍କୁଲର ସଭାପତି ବିଜୟ କୁମାର ପ୍ରଧାନ ଓ ସମସ୍ତ ପିଲାମାନଙ୍କ ପିତା ମାତା ଓ ଦୁର୍ଗା ପ୍ରସାଦ ଜେନାଙ୍କ ପିତା ହୃଷିକେଶ ଜେନା ମଧ୍ୟ ଉପସ୍ଥିତ ଥିଲେ । ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଦୁର୍ଗା ପ୍ରସାଦ ବଦମାସୀ କଥା ପିତା ହୃଷିକେଶଙ୍କୁ ଜଣାଇବା ପରେ ପିତା ହୃଷିକେଶ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଶିଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସଂମ୍ମାନ ହାନି ହେବା କାରଣରୁ ଥାନାର ଦ୍ୱାରସ୍ତ ହୋଇଛନ୍ତି । ସମସ୍ତ କଥା ଶୁଣିଲା ପରେ ଜଣାପଡୁଛି ପିଲାର ପିତା ଓ ପିଲାକୁ ଉଚିତ ସଂସ୍କାର ଦେବାରେ କୋଉଠି ବ୍ୟତିକ୍ରମ ହୋଇଯାଇଛି । ଏହି ବାପ ପୁଅର ବ୍ୟବହାର ପାଇଁ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଆଜି ଥାନାର ଦ୍ୱାରସ୍ତ ହୋଇଛନ୍ତି, ଆଗକୁ କଣ ରହିବ ପୋଲିସର କାର୍ଯ୍ୟକଳାପ ତାହା ଦେଖିବା ବାକି ରହିଲା ।