ଓଲଟିଲା ଯାତ୍ରୀବାହୀ ବସ ଜଣେ ମୃତ, ୧୫ରୁ ଅଧିକ ଆହତ

16

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :- ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିବା କ୍ରିଷ୍ଣା ନାମକ ଏକ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । 15ରୁ ଅଧିକ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ନାହିଁ । ତେବେ ଭଦ୍ରକ ବ୍ଲକ ଅଧିନସ୍ଥ ସାବରଙ୍ଗ ହାଇ ସ୍କୁଲ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଲା ବସ । ଆହତ ମାନଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତିକରା ଯାଇଛି। ଆଜି କ୍ରିଷ୍ଣା ବସ ଯାତ୍ରୀ ମାନଙ୍କୁ ନେଇ ଭଦ୍ରକ ବସ ଷ୍ଟାଣ୍ଡରୁ ବାସୁଦେବପୁର ଅଭିମୁଖେ ଯାଉଥିଲା, ତେବେ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ଭଲ ନ ଥିଲା ବୋଲି ସୂଚନା ମିଳିଛି । ଡ୍ରାଇଭରର ସ୍ଵାସ୍ଥ ଖରାପ୍ ହେବା ଜାଣିବା ପରେ ବସ ମାଲିକ ଅନ୍ୟ ଜଣେ ଡ୍ରାଇଭରଙ୍କୁ ପଠାଉ ଥିଲେ । ତେବେ ଡ୍ରାଇଭର ବସ ଚଳାଉ ଥିବା ବେଳେ ହଟାତ ଭାରସାମ୍ୟ ହରାଇ ବସ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ବସ ଯାତ୍ରୀ ମାନଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ଆଣିଛନ୍ତି । ଭଦ୍ରକ ମେଡିକାଲରେ ଜିଲ୍ଲାପାଳ ବିଧାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ପହଞ୍ଚି ଦୁର୍ଘଟଣାରେ ଆହତ ମାନଙ୍କୁ ଭେଟି ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More