ଓମ୍ ସୁଇଟସ୍ ଦୋକାନରେ ନିଆଁ ଲାଗି ମୁଖ୍ୟ କାରୀଗର ମୃତ

25

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : ରାଉରକେଲା ସ୍ଥିତ ପାନପୋଷ ଅଞ୍ଚଳର ମୁଖ୍ୟ ରାସ୍ତାରେ ଥିବା ଓମ୍ ସୁଇଟସରେ ଚୁଲିରୁ କୈାଣସି ପ୍ରକାରେ ନିଆଁ ଲାଗିବା ସହ ଅତି ଭୟଙ୍କର ଭାବରେ ଚାରିଆଡ଼େ ବ୍ୟାପି ଯାଇଥିଲା । ରୋଷେଇ ଘରେ ନିଆଁ ଲାଗିବା ପରେ ଉଗ୍ରରୂପ ନେଇ ଥିବାରୁ ସେହି ଘରେ କାର୍ଯ୍ୟରତ ମୁଖ୍ୟ କାରୀଗର ଏନ୍ ଅରୁଣ କୁମାର ( ୪୫ ) ନିଆଁରେ ଜଳିବା ସହ ଧୁଆଁରେ ଅଣନିଃଶ୍ବାସୀ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । କିଭଳି ଭାବେ ଓ କେଉଁ ପରିସ୍ଥିତିରେ ଏହି ନିଆଁ ଲାଗିଲା ତାହା ତଦନ୍ତ ସାପେକ୍ଷ । ତେବେ ବହୁ ସମୟ ଧରି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଅକ୍ଷମ ହେଲାପରେ ପରିଶେଷରେ ରାଉରକେଲା ଇସ୍ପାତ କାରଖାନାର ଅଗ୍ନିଶମ ବିଭାଗର କର୍ମଚାରୀ ଆସି ଜଳନ୍ତା ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ସୁଇଟସ୍ ସମ୍ମୁଖରେ ଜନସାଧାରଣଙ୍କ ପ୍ରବଳ ଭିଡ଼ ସହ ମୁଖ୍ୟ କାରୀଗରର ମୃତ୍ୟୁ ଖବର ଶୁଣି ଚାପା ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିବାର ଜଣାପଡିଛି । ମୁଖ୍ୟ କାରୀଗରଙ୍କ ମୃତ୍ୟୁ ପାଇଁ ସୁଇଟସ୍ ମାଲିକଙ୍କୁ ଜନସାଧାରଣ ସଂପୂର୍ଣ୍ଣ ଭାବେ ଦାୟୀ କରୁଥିବାର ପରିଲକ୍ଷିତ ହୋଇଥିଲା । କାରଣ ସୁଇଟସର ରୋଷେଇ ଘରେ ବାହାରକୁ ବାହାରିବାର କୈାଣସି ରାସ୍ତା ନ ଥିବା ସହିତ ନିଆଁକୁ ଆୟତ୍ତ କରିବା ପାଇଁ ଗ୍ୟାସ କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏବଂ ସମସ୍ତ କର୍ମଚାରୀ ଗୋଟିଏ ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଏହି ଅଘଟଣ ଘଟିଛି । ଡିଜେଲ ଚୂଲାରେ ରୋଷେଇ ହେବା ସହ ରୋଷେଇ ଘରେ ମାତ୍ରାଧିକ ପରିମାଣର ଡିଜେଲ ଥିବାରୁ ନିଆଁ ଜଳିବା ପରେ ପ୍ରବଳ ବେଗରେ ଚାରିଆଡ଼େ ମାଡି ଯାଇଥିଲା । ତେବେ ଏହି ଘଟଣା ଓ ମୁଖ୍ୟ କାରୀଗରଙ୍କ ମୃତ୍ୟୁ ପାଇଁ ସୁଇଟସ୍ ମାଲିକ ହିଁ ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ବୁଦ୍ଧିଜୀବୀ ମହଲ ଦାବୀ କରିଛି । ସୁଇଟସ୍ ମାଲିକଙ୍କ ଅବହେଳା ଯୋଗୁଁ ଅକାଳରେ ଜଣେ କାରିଗରଙ୍କ ମୃତ୍ୟୁ ହୋଇଛି ।ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More