ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

19

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- ଆଜି ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଙ୍ଘ ପକ୍ଷରୁ ଏକାଧିକ ଠିକା କର୍ମଚାରୀ ମାନେ ପଥ ଚଲା ଶୋଭାଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଠିକା କର୍ମଚାରୀ ମାନଙ୍କୁ ସ୍ଥାଇତ୍ୟ ପ୍ରଦାନ କରିଥିବା ବେଳେ ଆମ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ପ୍ରତି କାହିଁକି ସାବତ ଛୁଆର ନୀତି କାହିଁକି ଆପଣାଉଛନ୍ତି ତାହା କହିବା ବଡ କଷ୍ଟକର । ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ଭୂମିକା ବେଶ ଗୁରୁତ୍ୱର ହୋଇଥିବା ବେଳେ ସେମାନଙ୍କୁ କାହିଁକି ସେମାନଙ୍କ ହକ ମିଳିପାରୁନି ତାହା କୋଉଠି ନା କୋଉଠି ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ବାଚନ ସମୟରେ ସରକାର ଆମକୁ ମିଛ ପ୍ରତିଶୃତି ଦେଉଥିବା ବେଳେ ପରବର୍ତୀ ସମୟରେ ଆମସହିତ ପ୍ରତାରଣା କରୁଛନ୍ତି କାହିଙ୍କି। ରାଜ୍ୟରେ ହଜାର ହଜାର ଠିକା କର୍ମଚାରୀ ମାନେ ନିଜ କର୍ତ୍ତବ୍ୟ ସଠିକ କରୁଥିବା ବେଳେ ସରକାର । ଯଦି ଆଗାମୀ ଦିନରେ ସରକାର ଦାବି ନଶୁଣନ୍ତି ତେବେ ଆସନ୍ତା ଦିନରେ କଲମ ଛାଡ ଆନ୍ଦୋଳନ ହେବ ବୋଲି ଠିକା କର୍ମଚାରୀ ସଙ୍ଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More