କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଓଡିଶା ସ୍ୱରାଜ ଫାଉଣ୍ଡେସନ ପକ୍ଷରୁ ପଟ୍ଟାମୁଣ୍ଡାଇ ନିଗମ ମଣ୍ଡପରେ ଏକ ଅଭିନଵ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ମୁଖ୍ୟତଃ ବର୍ତ୍ତମାନ ସମୟରେ କାଗିଜିଲେମ୍ବୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶା ସ୍ୱରାଜ ଫାଉଣ୍ଡେସନ ପକ୍ଷରୁ ପଟ୍ଟାମୁଣ୍ଡାଇ ବାସି ଙ୍କୁ ପାଞ୍ଚ ହଜାର କାଗେଜି ଲେମ୍ବୁ ଚାରା ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଓଡିଶା ସ୍ୱରାଜ ଅଭିଯାନର ରାଜ୍ୟ ଆବାହକ ସୁଧାଂଶୁ ଶେଖର ଦେଓ, ଉପଦେଷ୍ଟା ଇଂ ସିଦ୍ଧାର୍ଥ ସ୍ୱରୂପ ଦାସଙ୍କ ସହିତ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ନିଜ ନିଜର ବକ୍ତବ୍ୟରେ ଲୋକମାନଙ୍କୁ ଲେମ୍ବୁର ଉପକାରୀତା ବିଷୟରେ ଆଲୋଚନା କରିବା ସହିତ ଜଣେ ବ୍ୟକ୍ତି ନିଜ ବାଡ଼ିରେ କିଛି ଲେମ୍ବୁ ଗଛ ଲଗାଇ ପରିବାର ଚଳାଇ ପାରିବ ବୋଲି ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା ଓ ପରେ ପାଞ୍ଚ ହଜାର ଲେମ୍ବୁ ଚାରା ସହିତ ଟିଫିନ୍ ଓ ପାଣି ବୋତଲ ବଣ୍ଟନ କରିଥିଲେ ସଂଗଠନର ସଦସ୍ୟମାନେ। ସ୍ଵାସ୍ଥ୍ୟ ର ଉପଯୋଗୀ ପାଇଁ “ଘରେ ଘରେ ଲେମ୍ବୁ” ର ଏହି ନିଆରା ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟାପକ ଗାଲେଖ ମହାରଣା, ଜିଲ୍ଲା ସଂଯୋକକ ଧବଳେଶ୍ୱର ଧଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଦୂରଦୂରାନ୍ତରୁ ଆସିଥିବା ମହିଳା ଓ ପୁରୁଷମାନଙ୍କୁ ପାଞ୍ଚ ହଜାର ଲେମ୍ବୁ ଚାରା ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି। (ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)